
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବି- ଟାଉନ୍ର ନ୍ୟୁଲି ମ୍ୟାରେଡ୍ ଷ୍ଟାର କପଲ୍ ଦୀପଭୀରଙ୍କର ଗତକାଲି ମୁମ୍ବାଇର ଗ୍ରାଣ୍ଡ ହୟାତ୍ରେ ଦ୍ୱିତୀୟ ରିସେପସନ୍ ସରିଯାଇଛି। ଏହି ପାର୍ଟିର ଆୟୋଜନରଣଭୀରଙ୍କ ମାତା-ପିତାଙ୍କ ତରଫରୁ କରାଯାଇଥିଲା। ରିସେପ୍ସନ୍ରେ ଦୀପିକା ଓ ରଣଭୀର ରୟାଲ ଲୁକ୍ରେ ନଜର ଆସିଥିଲେ। ଏହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି।

ରସେପ୍ସନ୍ରେ ଦୀପ୍ଭୀର୍ଙ୍କୁ ଟ୍ରାଡିଶନାଲ ଲୁକ୍ରେ ଦେଖିବାକୁ ମିଳିଥିଲା। ଦୀପିକା ରିସେପସନ୍ରେ ଏକ ଅଫ୍ ହ୍ୱାଇଟ୍ କଲର୍ର ଶାଢ଼ୀପିନ୍ଧି ଆସିଥିଲେ। ତାଙ୍କ ଶାଢ଼ୀରେ ହୋଇଥିବା ଗୋଲ୍ଡେନ୍ ରଙ୍ଗର କମକୂଟ କାମ ବେଶ ସୁନ୍ଦର ଓ ଆକର୍ଷଣୀୟ ଲାଗୁଥିଲା। ସେହିପରି ରଣଭୀର ମଧ୍ୟ ଅଫ୍ ହ୍ୱାଇଟ୍ ଓ ଗୋଲ୍ଡେନ୍ ରଙ୍ଗର ସେରୱାନି ପିନ୍ଧିଥିଲେ। ରିସେପସନ୍ ପାର୍ଟିରେ ଦୀପିକାଙ୍କ ପରିବାରର ସମସ୍ତେ ଅଫ୍ ହ୍ୱାଇଟ୍ କଲର୍ରେ ନଜର ଆସିଥିବାବେଲେ ରଣଭୀରଙ୍କ ପୁରା ପରିବାର ବ୍ଲାକ୍ ଲୁକ୍ରେ ନଜର ଆସିଥିଲେ।

ଏହି ଇଭେଣ୍ଟରେ ଏପରି ଏକ ଘଟଣା ହୋଇଥିଲା ଯେଉଁଥିରେ ଦୀପିକା ଓ ରଣଭୀର ନିଜ ହସକୁ ସମ୍ଭାଳିପାରିଲେନି। ଘଟଣାଟି ହେଲା, ଯେତେବେଳେ ଗଣମାଧ୍ୟମର କିଛି ଫଟୋଗ୍ରାଫର ଦୀପ୍ଭୀରଙ୍କର ଫଟୋ ଉଠାଇବାକୁ କ୍ୟାମେରା ଆଡ଼କୁ ଦେଖିବାକୁ କହୁଥିଲେ। ଦିପୀକା ଯେତେବେଳେ ଡାହାଣ ପଟକୁ ଦେଖୁଥିଲେ, ସେତେବେଳେ ବାମ ପଟରେ ଥିବା ଫଟୋଗ୍ରାଫରମାନେ ଦୀପିକାଙ୍କୁ ଜୋର୍ରେ ଭାବି ଭାବି କହି ଡାକିବାକୁ ଲାଗିଲେ। ଆଉ ଏହା ଶୁଣି ରଣଭୀର ଓ ଦୀପିକା ନିଜ ହସକୁ ରୋକିପାରିଲେ ନାହିଁ। ଏହି ମୂହୁର୍ତ୍ତ କ୍ୟାମେରାରେ ମଧ୍ୟ ରେକର୍ଡ଼ ହୋଇଯାଇଥିଲା। (ଦେଖନ୍ତୁ ଭିଡିଓ)
ଏହି ରିସେପ୍ସନ୍ ପରେ ଦୀପ୍ଭୀର୍ ଡିସେମ୍ବର ୧ ତାରିଖରେ ଆଉ ଏକ ରିସେପ୍ସନର ଆୟୋଜନ କରିଛନ୍ତି। ଏହି ପାର୍ଟିରେ ବଲିଉଡ୍ର ଅନେକ ନାମୀ ଦାମୀ କଳାକାରମାନେ ସାମିଲ୍ ହେବେ। ଏମାନଙ୍କ ବାହାଘର ଇଟାଲୀର ଲେକ୍ କୋମୋରେ ହେବା ପରେ ପ୍ରଥମ ରିସେପ୍ସନ୍ ନଭେମ୍ବର ୨୮ ତାରିଖରେ ବେଙ୍ଗାଲୁରୁରେ ହୋଇଥିଲା। ଏହି ରିସେପ୍ସନ୍ ଦୀପିକାଙ୍କ ମାତାପିତାଙ୍କ ତରଫରୁ ଆୟୋଜିତ ହୋଇଥିଲା।
from Odisha Reporter https://ift.tt/2Ro1uDC
No comments:
Post a Comment