ଧୋନିଙ୍କ ଅନୁପସ୍ଥିତି ଦୁଃଖଦାୟକ ବୋଲି କହିଲେ ରୋହିତ, ବିରାଟ୍‌ଙ୍କ ସମ୍ପର୍କରେ ମୁହଁ ଖୋଲିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଧୋନିଙ୍କ ଅନୁପସ୍ଥିତି ଦୁଃଖଦାୟକ ବୋଲି କହିଲେ ରୋହିତ, ବିରାଟ୍‌ଙ୍କ ସମ୍ପର୍କରେ ମୁହଁ ଖୋଲିଲେନି

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରି ରେକର୍ଡ କରିଛି। ଟିମ୍‌ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନି ଓ ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ଅନୁପସ୍ଥିତିରେ ମଧ୍ୟ ରୋହିତ ଶର୍ମାଙ୍କ ଯୁବ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱ ବିଜେତା ଇଣ୍ଡିଜ୍‌କୁ ଧରାଶାୟୀ କରି ଟ୍ରଫି କବଜା କରିଛି।

ତେବେ ଧୋନି ଓ ବିରାଟ୍‌ଙ୍କ ଅନୁପସ୍ଥିତି ସମ୍ପର୍କରେ ଯେତେବେଳେ ରୋହିତଙ୍କୁ ପଚରାଯାଇଥିଲା, ତା’ର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ରୋହିତ ଧୋନିଙ୍କ ଅନୁପସ୍ଥିତି ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ ହେଁ ବିରାଟ୍‌ଙ୍କ ଅନୁପସ୍ଥିତି ସମ୍ପର୍କରେ ପଦଟିଏ ମଧ୍ୟ କହିନାହାନ୍ତି।

ରୋହିତ କହିଛନ୍ତି, ଧୋନିଙ୍କ ଭଳି ଖେଳାଳି ଦଳରେ ସାମିଲ ନ ହେବା ଏକ ବିଗ୍‌ ମିସ୍‌। ଧୋନି ଶ୍ରୀଲଙ୍କାରେ ଶେଷ ହୋଇଥିବା ନିଦାଶ ଟ୍ରଫିରେ ମଧ୍ୟ ଦଳ ସହ ନଥିଲେ। ଧୋନିଙ୍କ ଭଳି ଖେଳାଳିଙ୍କୁ ଟିମ୍‌ରେ ସାମିଲ ନ କରିବା ଅତ୍ୟନ୍ତ ପରିତାପର ବିଷୟ। ସେଭଳି ଖେଳାଳିଙ୍କ ଉପସ୍ଥିତି ହିଁ ଦଳର ଅନ୍ୟ ଖେଳାଳିଙ୍କ ମନୋବଳ ବୃଦ୍ଧି କରିଥାଏ। କେବଳ ମୁଁ ନୁହେଁ, ଯୁବ ଖେଳାଳିମାନେ ଧୋନିଙ୍କ ଉପସ୍ଥିତିରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ପାଇଥାଆନ୍ତି ବୋଲି ରୋହିତ କହିଛନ୍ତି। ତେବେ ବିରାଟ୍‌ଙ୍କ ଅନୁପସ୍ଥିତି ସମ୍ପର୍କରେ ପଚାରାଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ।

ପୂର୍ବରୁ ଅନେକ ଥର ବିରାଟ୍‌ ଓ ରୋହିତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିଲେ ହେଁ ଏହା କେବେ ହେଲେ ଦୁଇ ଖେଳାଳି ସ୍ୱୀକାର କରିନାହାନ୍ତି। ତେବେ କେଉଁଠି ନା କେଉଁଠି ବିରାଟ୍‌ ଓ ରୋହିତଙ୍କ ମଧ୍ୟରେ ତିକ୍ତତା ରହିଛି, ତାହା ସ୍ପଷ୍ଟ ଅନୁମେୟ। ରୋହିତ ହଠାତ୍‌ ବିରାଟ୍‌ଙ୍କୁ ତାଙ୍କ ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ଅନ୍‌ଫଲୋ କରିବା ଏହାର ଉଦାହରଣ ଭାବେ ନିଆଯାଇପାରେ। ଟି-୨୦ ସିରିଜ୍‌ ଆରମ୍ଭରୁ ମଧ୍ୟ ରୋହିତ୍‌ ଧୋନିଙ୍କୁ ମିସ୍‌ କରିବୁ ବୋଲି କହିଥିଲେ। ହେଲେ ବିରାଟ୍‌ଙ୍କ କଥା କିଛି କହି ନଥିଲେ।

ରୋହିତ ଶର୍ମା ଗତକାଲିର ମ୍ୟାଚ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଷ୍ଟ୍ରେଲିଆ ଟୁର ପୂର୍ବରୁ ଶିଖର ଧୱନ ଫର୍ମକୁ ଫେରିବା ଏକ ଭଲ ସଙ୍କେତ। ଏଥିସହ ରିଷଭ ପନ୍ତ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଛନ୍ତି। ସେ ସର୍ବଦା ରନ୍‌ ପାଇଁ ଭୋକିଲା। ତେଣୁ ଏହା ଦଳକୁ ଆଗାମୀ ଦିନରେ ଲାଭବାନ କରିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2qJ4Khs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages