ଶିଖ୍‌ ବିରୋଧୀ ଦଙ୍ଗା: ୮୮ ଜଣଙ୍କ ଦଣ୍ଡାଦେଶ କାଏମ ରଖିଲେ କୋର୍ଟ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଶିଖ୍‌ ବିରୋଧୀ ଦଙ୍ଗା: ୮୮ ଜଣଙ୍କ ଦଣ୍ଡାଦେଶ କାଏମ ରଖିଲେ କୋର୍ଟ, କିନ୍ତୁ…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଦିଲ୍ଲୀ ହାଇକୋର୍ଟ ୮୮ ଜଣ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଦଣ୍ଡକୁ କାଏମ ରଖିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଦେହରକ୍ଷୀ ହତ୍ୟା କରିବା ପରେ ଦିଲ୍ଲୀରେ ଶିଖ୍ ଲୋକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ ଅଭିଯୁକ୍ତ ଥିବା ୮୮ ଜଣଙ୍କୁ ଦିଆଯାଇଥିବା ଦଣ୍ଡରେ କୌଣସି ପରିବର୍ତ୍ତନ କରିନାହାନ୍ତି।

କୋର୍ଟଙ୍କ ରାୟକୁ ଐତିହାସିକ ବୋଲି ବିବେଚନା କରି ବରିଷ୍ଠ ଆଇନ୍‌ଜୀବୀ ଏଚ୍‌ଏସ୍‌ ପୁଲକ କହିଛନ୍ତି, “ ଶିଖ୍‌ ଦଙ୍ଗା ବେଳେ ୯୫ ଜଣଙ୍କ ମୃତଦେହ ମିଳିଥିଲେ ହେଁ ଏହି ୮୮ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇ ନଥିଲା।

ଏଥିପାଇଁ କୋର୍ଟ ପୁଲିସ୍‌କୁ ତାଚ୍ଛଲ୍ୟ ମଧ୍ୟ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ୫ ବର୍ଷର ଜେଲଦଣ୍ଡ ମିଳିଛି। କିନ୍ତୁ ହତ୍ୟା ମାମଲା ରୁଜୁ ହୋଇ ନଥିବାରୁ ସେମାନେ ଜାମିନ୍‌ରେ ଛାଡ଼ ପାଇପାରିବେ। କୋର୍ଟ ପୁଲିସ୍‌କୁ ୨୨ଟି ମୃତଦେହର ପରିଚୟ ଖୋଜି ବାହାର କରିବା ସହ ହତ୍ୟା ମାମଲା ରୁଜୁ କରିବାକୁ କହିଛନ୍ତି।

ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ସାରା ଦେଶରେ ଶିଖ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ୩ ହଜାର ଶିଖ୍‌ ସଂପ୍ରଦାୟର ଲୋକ ପ୍ରାଣ ହରାଇଥିଲେ। ତେବେ ଦିଲ୍ଲୀର ତ୍ରିଲୋକପୁରୀରେ ସବୁଠାରୁ ଅଧିକ ସଂଘର୍ଷ ଘଟିଥିଲା। ଏଠାରେ ରହୁଥିବା ପ୍ରାୟ ୯୫ ଜଣ ଶିଖ୍‌ଙ୍କୁ ହତ୍ୟା କରାଯାଇଥିବା ବେଳେ ୧୦୦ଟି ଘରେ ନିଆଁ ଲଗାଇ ଦିଆଯାଇଥିଲା।

୧୦୦ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିବା ବେଳେ ୧୯୯୬ରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ୮୮ ଜଣଙ୍କୁ ଦୋଷୀ ଭାବେ ବିବେଚନା କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ଘଟି ସାରିଲାଣି।

ଯେଉଁମାନେ ଜୀବିତ ଥିଲେ ସେମାନେ ଟ୍ରାଏଲ କୋର୍ଟଙ୍କ ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଦଣ୍ଡାଦେଶକୁ କାଏମ ରଖିଛନ୍ତି।



from Odisha Reporter https://ift.tt/2FVz02K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages