ବସ୍ତାରେ ବଢ଼ୁଛି ବିଜେଡି କନ୍ଦଳ, ସାଂସଦଙ୍କ ବିରୋଧରେ ସ୍ଲୋଗାନ ଦେଲେ କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ବସ୍ତାରେ ବଢ଼ୁଛି ବିଜେଡି କନ୍ଦଳ, ସାଂସଦଙ୍କ ବିରୋଧରେ ସ୍ଲୋଗାନ ଦେଲେ କର୍ମୀ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରରେ ବିଜେଡି କନ୍ଦଳ ପଦାରେ ପଡ଼ି ହାଟରେ ଗଡ଼ୁଛି। ସାଂସଦ ରବୀନ୍ଦ୍ର ଜେନାଙ୍କ ବିରୋଧର ଦଳୀୟ କର୍ମୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ଦିନ ତଳେ ସାଂସଦଙ୍କ ବିରୋଧରେ ୧୩,୦୦୦ ଦସ୍ତଖତ ସମ୍ୱଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବସ୍ତା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନେ ଦେଇଥିଲେ। ତାହା ଏବେ ବିଚାରାଧୀନ ରହିଥିବା ବେଳେ ଅସନ୍ତୁଷ୍ଟ କର୍ମୀମାନେ ଆଜି ପୁଣି ଥରେ ସାଂସଦ ଜେନାଙ୍କ ବିରୋଧରେ ସ୍ଲୋଗାନ ଦେଇ ପଦଯାତ୍ରା କରିଛନ୍ତି।

ଗତ ୨୫ ତାରିଖରେ ବସ୍ତା ନିର୍ବାଚନମଣ୍ଡଳୀରେ ଡଗରା ପଞ୍ଚାୟତରେ ଏକ ଜନସମ୍ପର୍କ ପଦଯାତ୍ରା ହୋଇଥିଲା। ଏଥିରେ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ୫୦୦ରୁ ୬୦୦ କର୍ମୀ ଯୋଗ ଦେଇଥିଲେ। ଆଜି ପୁଣି ଥରେ ସେହି ପଞ୍ଚାୟତରେ ସାଂସଦଙ୍କୁ ବାଦ ଦେଇ ଏକ ସମାନ୍ତରାଳ ପଦଯାତ୍ରା ହୋଇଛି। ସାଂସଦଙ୍କ ବିରୋଧୀ ଗୋଷ୍ଠୀ ଏହି ପଦଯାତ୍ରାର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ୩୦୦୦ରୁ ଅଧିକ କର୍ମୀ ସାମିଲ ହୋଇ ସାଂସଦ ଜେନାଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏପରିକି ରାଲିରେ କର୍ମୀମାନେ ଧରିଥିବା ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଫଟୋ ରହିଥିବା ବେଳେ ସାଂସଦ ଜେନାଙ୍କ ଫଟୋଚିତ୍ର ନଥିଲା। ବସ୍ତା ନିର୍ବାଚନମଣ୍ଡଳୀରେ ସାଂସଦଙ୍କ ଲୋକପ୍ରିୟତା କମିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି।

ସାଂସଦଙ୍କ ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି,ସାଂସଦ ଜେନାଙ୍କ କଂଗ୍ରେସ ପ୍ରୀତି ଯୋଗୁ ମୂଳ ବିଜେଡି କର୍ମୀମାନେ ଅବହେଳିତ ହେଉଛନ୍ତି। ଯେଉଁ ପୁରୁଖା କର୍ମୀମାନେ ସାଂସଦଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି, ସେମାନଙ୍କୁ ଦଳରୁ ବହିଷ୍କାର କରାଯାଉଛି। ଏହାର ପ୍ରତିବାଦରେ ୪ ମାସ ତଳେ ସାଉଡି ପଞ୍ଚାୟତରେ ସାଂସଦଙ୍କ ବିରୋଧରେ ଏକ ବିରାଟ ସମାବେଶ କରାଯାଇଥିଲା।

ବିଜେଡି ପଦାଧିକାରୀ ସତ୍ୟାନନ୍ଦ ମହାନ୍ତି କହିଛନ୍ତି-“ସାଂସଦଙ୍କ ଦ୍ୱାରା ପୂର୍ବରୁ କରାଯାଇଥିବା ପଦଯାତ୍ରାରେ କୌଣସି ମୂଳ ବିଜେଡି କର୍ମୀଙ୍କୁ ଡକାଯାଇନଥିଲା। କେବଳ କିଛି କଂଗ୍ରେସ କର୍ମୀ ଓ ବାହାର ପଞ୍ଚାୟତରୁ ଲୋକଙ୍କୁ ଆଣି ଏଠାରେ ପଦଯାତ୍ରା କରାଯାଇଥିଲା। ଏହା ପ୍ରକୃତ ବିଜେଡି କର୍ମୀଙ୍କୁ ବାଧିଥିଲା। ସେଥିପାଇଁ ଆମେ ଆଜି ପଦଯାତ୍ରା କରିଛୁ।”

ସେହିପରି ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନେତା ମହେଶ୍ୱର ଜେନା କହିଛନ୍ତି-“ମୁଁ ହେଉଛି ବିଜେଡି ଷ୍ଟେଟ୍‌ କାଉନ୍‌ସିଲ୍‌ ମେମ୍ୱର। ସେହି କମିଟିର ସଭାପତି ହେଉଛନ୍ତି ନବୀନ ପଟ୍ଟନାୟକ। ସଭାପତି ନବୀନ ପଟ୍ଟନାୟକ ଚାହିଁଲେ ମୋତେ ସସ୍‌ପେଣ୍ଡ କରିପାରିବେ। କିନ୍ତୁ ଜିଲ୍ଲା ସଭାପତି ସାଂସଦ ଜେନାଙ୍କର ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କୌଣସି ଅଧିକାର କାହିଁ। କ୍ରୋଧାନ୍ୱିତ ହୋଇ ଜିଲ୍ଲା ସଭାପତି ମୋତେ ସସ୍‌ପେଣ୍ଡ କରିଛନ୍ତି। କିନ୍ତୁ ତାଙ୍କ ସସ୍‌ପେଣ୍ଡ ନିଷ୍ପତ୍ତିକୁ ମୁଁ ଗ୍ରହଣ କରିନାହିଁ।”



from Odisha Reporter https://ift.tt/2RlCKfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages