ଦାଢି କାଟିବା ଟଙ୍କାରେ କରାଯାଏ ଏହି ମହତ୍‌ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଦାଢି କାଟିବା ଟଙ୍କାରେ କରାଯାଏ ଏହି ମହତ୍‌ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ନଭେମ୍ୱର ମାସ ଆରମ୍ଭରେ ‘No Shave November’ କିମ୍ୱା ‘Movember’ ଶବ୍ଦ ଆପଣ ଶୁଣିଥିବେ। ନଭେମ୍ୱରର ପ୍ରଥମ ସପ୍ତାହ ପରେ ଉପରୋକ୍ତ ୨ ଶବ୍ଦରେ ହାଜ୍‌ଟ୍ୟାଗ୍ ଲଗାଇ ସୋଶାଲ ମିଡିଆରେ ଫୋଟୋ ପୋଷ୍ଟ ହେଉଥିବା ମଧ୍ୟ ଦେଖିବାକୁ ପାଇଥିବେ। ହେଲେ କେବେ ଭାବିଛନ୍ତି କ’ଣ ଏହାର ଅର୍ଥ ?

ବାସ୍ତବରେ ଏହାର ଅର୍ଥ ହେଉଛି ନଭେମ୍ୱରର ମାସ ତମାମ୍‌ ଆପଣ ନିଶ, ଦାଢ଼ି କାଟିବେ ନାହିଁ। କେବଳ ଶେଭିଂ ନୁହେଁ, ୱାକସିଂ, ଥ୍ରେଡିଙ୍ଗ୍‌ ମଧ୍ୟ କରିବାକୁ ଏହି ସମୟରେ ମନା କରାଯାଇଥାଏ। କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ନୁହେଁ, ବିଶ୍ୱବ୍ୟାପି ଏଭଳି କ୍ୟାମ୍ପେନ୍‌ କରାଯାଉଥିବା ଦେଖିବାକୁ ମିଳିଥାଏ।

କିଛି ଲୋକଙ୍କ ମତରେ କିଛି ଦିନ ପାଇଁ ନିଶ, ଦାଢ଼ି କାଟିବାରୁ ନିସ୍ତାର ପାଇବା ପାଇଁ ଆମେ ଏହି ଉତ୍ସବ ପାଳନ କରୁଛୁ।
ତେବେ ଏହି କଥା କିନ୍ତୁ ଠିକ୍‌ ନୁହେଁ। ଏହାର ଅଲଗା ଏକ କାରଣ ରହିଛି। ଯାହାର ଉଦ୍ଦେଶ୍ୟଟି ବଡ଼ ମହତ।

ପ୍ରକୃତରେ ‘ନୋ ଶେଭ୍‌ ନଭେମ୍ୱର’ ହେଉଛି ଏକ କ୍ୟାନସର୍‌ ସଚେତନତା କ୍ୟାମ୍ପେନ୍‌। ଏହି କ୍ୟାମ୍ପେନ୍‌ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ବା ମୂତ୍ରାଶୟ କ୍ୟାନସର୍‌ ବିଷୟରେ ଲୋକଙ୍କୁ ସଚେତନତା କରିବା ପାଇଁ ଆରମ୍ଭ ହୋଇଥିଲା।
କ୍ୟାମ୍ପେନ୍‌କୁ ସମର୍ଥନ କରୁଥିବା ଲୋକ ନଭେମ୍ୱର ମାସରେ ନିଶ, ଦାଢ଼ି କାଟିବା ବନ୍ଦ କରିଥାନ୍ତି। ଏହି କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଅର୍ଥ ସେମାନେ କ୍ୟାନସର୍‌ କ୍ୟାମ୍ପ୍‌ରେ ଦେଇଥାନ୍ତି।

ଆମେରିକାର ଏକ ବେସରକାରୀ ସଂଗଠନ ‘Matthew Hill Foundation’ ୨୦୦୯ରେ ‘ନୋ ଶେଭ୍‌ ନଭେମ୍ୱର’ କ୍ୟାମ୍ପେନ୍‌ର ଆରମ୍ଭ କରିଥିଲା। ଏହି ଫାଉଣ୍ଡେସନ୍‌ ସଞ୍ଚୟ କରିଥିବା ଅର୍ଥକୁ କ୍ୟାନସର୍‌ ରୋଗୀଙ୍କ ଚିକିତ୍ସା ଏବଂ କ୍ୟାନସର୍‌ ବିଷୟରେ ସଚେତନତା କାର୍ଯ୍ୟକ୍ରମରେ ଲଗାଇଥାଏ।

ଫାଉଣ୍ଡେସନ୍‌ର ଆରମ୍ଭ ମ୍ୟାଥ୍ୟୁ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ହୋଇଛି। ନଭେମ୍ୱର ୨୦୦୭ରେ ଆମେରିକାର ଚିକାଗୋରେ ରହୁଥିବା ମ୍ୟାଥ୍ୟୁ ହିଲ୍‌ଙ୍କର କ୍ୟାନସର୍‌ ଯୋଗୁ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କର ଆଠଜଣ ଛୁଆ ତାଙ୍କ ବାପାଙ୍କୁ ସମ୍ମାନ ଦେବା ପାଇଁ କ୍ୟାନସର୍‌ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତି ନେଇଥିଲେ। ଏଥିପାଇଁ ସେମାନେ ‘ନୋ ଶେଭ୍‌ ନଭେମ୍ୱର’ର କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ।

ଏହି କ୍ୟାମ୍ପେନ୍‌ ଆରମ୍ଭ ହେବାର ଦୁଇ ବର୍ଷ ମଧ୍ୟରେ ସୋଶାଲ ମିଡିଆରେ ଜରିଆରେ ଏହାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଏହା ଅଧିକ ଲୋକଙ୍କ ପାଖରେ ପହଞ୍ଚିଗଲା ସତ। କିନ୍ତୁ ଲୋକ ଏହି କ୍ୟାମ୍ପେନ୍‌ର ପ୍ରକୃତ ଉଦ୍ଦେଶ୍ୟ ଜାଣିପାରିଲେ ନାହିଁ।  କାରଣ ନ ଜାଣି ମଧ୍ୟ ଲୋକ ନଭେମ୍ୱର ମାସ ଆସିଲେ ନିଶ,ଦାଢ଼ି କାଟନ୍ତି ନାହିଁ।

ଏକଥା ପଢିଲା ପରେ ମୁଭେମ୍ବର ଶବ୍ଦର ଅର୍ଥ ଜାଣିବାକୁ ଆପଣଙ୍କ ଇଚ୍ଛା ହେଉଥିବ।

ବାସ୍ତବରେ ‘ମୁଭେମ୍ବର’ ଶବ୍ଦଟି ଗୋଟିଏ ଭାରତୀୟ ଶବ୍ଦ ସହ ଯୋଡି ହୋଇ ରହିଛି। ସେ ଶବ୍ଦଟି ହେଉଛି ‘ମୁଛ’ ବା ନିଶ। ମୁଛ ଶବ୍ଦରୁ ‘ମ’ ନେଇ କ୍ୟାମ୍ପେନ୍‌ର ନାଁ ମୁଭେମ୍ବର ହୋଇଛି।

‘ନୋ ଶେଭ୍‌ ନଭେମ୍ୱର’ ପରି ଏହା ମଧ୍ୟ ଏକ ସଚେତନତା କ୍ୟାମ୍ପେନ୍‌। ‘ନୋ ଶେଭ୍‌ ନଭେମ୍ୱର’ କେବଳ କ୍ୟାନସର୍‌ ରୋଗୀଙ୍କୁ ସାହାଯ୍ୟ କରିଥାଏ କିନ୍ତୁ ‘ମୁଭେମ୍ୱର’ ପୁରୁଷଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ କିପରି ହେବା ଉଚିତ୍, ସେ ସମ୍ପର୍କରେ ସଚେତନ କରିଥାଏ। ୨୦୦୪ରେ ଏହି କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା। ଏଥିରେ ପୂରା ନଭେମ୍ୱର ମାସ ପର୍ଯ୍ୟନ୍ତ ନିଶ ରଖି ପୁରୁଷ ଏହାକୁ ସମର୍ଥନ କରିଥାନ୍ତି।



from Odisha Reporter https://ift.tt/2QqtzK6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages