
ମୁମ୍ବାଇ: ଅମିତାଭ୍ ବଚ୍ଚନ ଓ ଆମୀର୍ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ଦୀପାବଳି ବସରରେ ରିଲିଜ୍ ହୋଇଛି। ଆଉ ଏହା ରିଲିଜ୍କୁ ୪ ଦିନ ବିତିଯାଇଛି। କିନ୍ତୁ ଫିଲ୍ମକୁ ବକ୍ସ ଅଫିସ୍ରେ ଆଶାନୁରୂପ ସଫଳତା ମିଳିପାରିନାହିଁ। ପ୍ରଥମ ଦିନରେ ବକ୍ସ ଅଫିସ୍ରେ ଧମାକା କରିଥିବା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ଟତୁର୍ଥ ଦିନ ପର୍ଯ୍ୟନ୍ତ ବେଶି କିଛି କମାଲ୍ ଦେଖେଇ ପାରିନାହିଁ।
ରିପୋର୍ଟ ମୁତାବକ୍ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ତିନି ଦିନରେ ୧୦୦ କୋଟି ପାର କରିଥିବା ବେଳେ ଫିଲ୍ମର ଆୟରେ ସେତେଟା ଭଲ ପରିବର୍ତ୍ତନ ଦେଖିବାକୁ ମିଳିନି।
ବକ୍ସଅଫିସ୍ ଇଣ୍ଡିଆ ଡଟ୍ କମ୍ ମୁତାବକ ରବିବାର ତଥା ଚତୁର୍ଥ ଦିନରେ ଏହି ଫିଲ୍ମ ମୋଟ ୧୬.୫ରୁ ୧୭ କୋଟି ଟଙ୍କା ଆୟ କରିଛି। ଚାରିଦିନର ମୋଟ ୧୧୭.୫୦ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ପ୍ରଥମ ଦିନରେ ୫୨.୨୫ ଟଙ୍କା ଆୟ କରିଥିଲା। ନେଗେଟିଭ୍ କ୍ରିଟିକ୍ସ ଓ ଅଡିଏନ୍ସ ରିଭ୍ୟୁ କାରଣରୁ ଫିଲ୍ମକୁ ଜବରଦସ୍ତ ଝଟ୍କା ପହଞ୍ଚିଛି। ଏହା ଛଡ଼ା ସୋଶାଲ୍ ମିଡିଆରେ ମଧ୍ୟ ଫିଲ୍ମଟି ସମାଲୋଚିତ ହୋଇଛି।
ଏହି ଫିଲ୍ମରେ ପ୍ରଥମ ଥର ଅମିତାଭ୍ ବଚ୍ଚନ ଓ ଆମୀର ଖାନ୍ଙ୍କୁ ଏକାଠି ଅଭିନୟ କରିବା ଦେଖିବାକୁ ମିଳିଛି। ଫିଲ୍ମରେ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ବଲିଉଡ୍ର ଏବେ ପର୍ଯ୍ୟନ୍ତ ଓପ୍ନିଂ ଦିନର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାରେ ଏହା ଶିର୍ଷରେ ରହିଛି। କିନ୍ତୁ ଦୁଃଖର କଥା ଦିନକୁ ଦିନ ଫିଲ୍ମର ଆୟ ହ୍ରାସ ହେଉଛି। ଆଶାନୁମୂଳକ ଫଳ ମିଳି ପାରୁନାହିଁ।
from Odisha Reporter https://ift.tt/2QB2h3X
No comments:
Post a Comment