ଆପଣ ଛିଡ଼ା ହୋଇ ଖାଉଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଆପଣ ଛିଡ଼ା ହୋଇ ଖାଉଛନ୍ତି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁସ୍ଥ ରହିବା ପାଇଁ ହେଲେ ଜୀବନଶୈଳୀ ଓ ଖାଇବା ପିଇବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। କିନ୍ତୁ କିଛି ଲୋକଙ୍କର ଏପରି ଖରାପ ଅଭ୍ୟାସ ରହିଥାଏ, ଯେଉଁ କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ପ୍ରଥମରୁ ଲୋକ ତଳେ ବସି ଖାଦ୍ୟ ଖାଉଥିଲେ, ଏହାପରେ ଟେବୁଲ୍‌ ଓ ଚେୟାର୍‌ ବସି ଖାଦ୍ୟ ଖାଇବା ଆରମ୍ଭ ହେଲା।

କିନ୍ତୁ ବର୍ତ୍ତମାନ ଆପଣ ଦେଖିଥିବେ ବାହାଘର ଓ ବ୍ରତଘରରେ ଛିଡ଼ା ହୋଇ ଲୋକେ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହିସବୁ ଅଭ୍ୟାସ ଖରାପ, ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଏହି କଥା ଖୁବ୍‌ କମ୍‌ ଲୋକଙ୍କୁ ଜଣା।
ତେବେ ଆସନ୍ତୁ ଜାଣିବା ଛିଡ଼ା ହୋଇ ଖାଦ୍ୟ ଖାଇଲେ, ଶରୀରରେ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ।

ଖାଦ୍ୟ ହଜମ ହୋଇ ନ ଥାଏ
ଛିଡ଼ା ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇନଥାଏ। ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହୁଏ,ତେବେ ଆପଣଙ୍କ ପେଟରେ ଅନେକ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଆପଣଙ୍କ ପାଚନ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ।
ପାକସ୍ଥଳୀ ଛୋଟ ହୋଇଥାଏ
ଯଦି ଆପଣ ନିୟମିତ ଭାବରେ ଛିଡ଼ା ହୋଇ ଖାଉଛନ୍ତି, ତେବେ ଆପଣଙ୍କ ପାକସ୍ଥଳୀ ଛୋଟ ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ସହିତ ଆପଣଙ୍କ ପେଟରେ ଯନ୍ତ୍ରଣା ହୋଇଥାଏ।
ଚପଲ ପିନ୍ଧି ଖାଇବା ଉଚିତ୍‌ ନୁହେଁ 
ଆୟୁର୍ବେଦ ଅନୁସାରେ, ଖାଇବା ସମୟରେ ପାଦ ଥଣ୍ଡା ରହିବା ଉଚିତ୍‌। ଯଦି ଆପଣ ଛିଡ଼ା ହୋଇ ଖାଦ୍ୟ ଖାଇବେ,ତେବେ ଆପଣଙ୍କ ପାଦ ଗରମ ରହିଥାଏ। ଯାହା ଆପମଙ୍କ ଶରୀର ପାଇଁ କ୍ଷତିକାରକ।
ଏକାଗ୍ରତା କମ୍‌ ହୋଇଥାଏ।
ଛିଡ଼ା ହୋଇ ଖାଦ୍ୟ ଖାଇଲେ, ମନ ଅଶାନ୍ତ ରହିଥାଏ, ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହା ସହିତ ଆପଣଙ୍କ ଏତାଗ୍ରତା ମଧ୍ୟ ନଷ୍ଟ ହୋଇଥାଏ।
ଓଜନ ବଢ଼ିଥାଏ
ଛିଡ଼ା ହୋଇ ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇ ନ ଥାଏ, ଯାହା ଯୋଗୁ ଆପଣଙ୍କ ଓଜନ ବଢ଼ିଥାଏ। ଶରୀରରେ ଫ୍ୟାଟ୍‌ ଏକତ୍ର ହେଲେ, କ୍ୟାଲୋରୀର ମାତ୍ରା ମଧ୍ୟ ବଢ଼ିଥାଏ।



from Odisha Reporter https://ift.tt/2SmzrVw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages