କଲିକତାରୁ ଚୋରି କରିଥିଲା, ଭୁବନେଶ୍ୱରରୁ ଧରାପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

କଲିକତାରୁ ଚୋରି କରିଥିଲା, ଭୁବନେଶ୍ୱରରୁ ଧରାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲକାତାରୁ ଚୋରି କରି ଭୁବନେଶ୍ୱରରୁ ଜଣେ ଚୋର ଧରାପଡ଼ିଛି। ଏହି ଚୋର ଜଣକ ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତାଙ୍କ ଘରୁ ଚୋରି କରିଥିବାର ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟ।

ଗତକାଲି ରାତିରେ ଭୁବନେଶ୍ୱରର ଏକ ହୋଟେଲ୍‌ରୁ ବୋଧିସତ୍ତ୍ୱକୁ ଗିରଫ କରିଛି କମିଶନରେଟ ପୁଲିସ। ଏହି ଅଭିଯୁକ୍ତ ପ୍ରାୟ ୪ ମାସ ତଳେ ଋତୁପର୍ଣ୍ଣାଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା, ଲ୍ୟାପ୍‌ଟପ୍ ସହିତ ବହୁ ସାମଗ୍ରୀ ଚୋରି କରିଥିଲା। ଲ୍ୟାପ୍‌ଟପ୍ ଓ ଅନ୍ୟ ସାମଗ୍ରୀ ଫେରାଇ ଦେବା ପାଇଁ ୫ ଲକ୍ଷ ଟଙ୍କା ମାଗୁଥିଲା ଅଭିଯୁକ୍ତ।

କମିଶନରେଟ୍ ପୁଲିସ ତାକୁ ଗିରଫ କରି କୋଲକାତା ପୁଲିସକୁ ହସ୍ତାନ୍ତର କରିଛି। କୋର୍ଟରେ ହାଜର କରାଯିବା ପରେ ତାକୁ ଟ୍ରାନଜିଟ ରିମାଣ୍ଡରେ ନେଇପାରେ କଲକାତା ପୁଲିସ।



from Odisha Reporter https://ift.tt/2SjCuxn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages