
ନୂଆଦିଲ୍ଲୀ: ଇବ୍ରାହିମ୍ ମହମ୍ମଦ ସଲିହ ମାଲ୍ଡିଭ୍ସର ରାଷ୍ଟ୍ରପତିଭାବେ ଆଜି ଶପଥ ଗ୍ରହଣ କରିଥିବାବେଳେ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏହି ଉତ୍ସବରେ ଯୋଗ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମହାସାଗରରେ ଥିବା ଏହି ଦ୍ୱୀପପୁଞ୍ଜ ରାଷ୍ଟ୍ରରେ କିଛି ଦିନ ଧରି ରାଜନୀତିକ ସଙ୍କଟ ଉପୁଜିବାପରେ ଶେଷରେ ଭାରତ ସମର୍ଥିତ ପ୍ରାର୍ଥୀଙ୍କର ବିଜୟ ହୋଇଛି। ଏହା ପୂର୍ବରୁ ରାଷ୍ଟ୍ରପତିଥିବା ଅବ୍ଦୁଲ୍ଲା ୟମୀନ୍ ଚୀନ୍କୁ ସମର୍ଥନ ଦେଉଥିବାରୁ ତାଙ୍କ ସମୟରେ ଦକ୍ଷିଣ ଏସିଆ ଅଞ୍ଚଳରେ ଚୀନ୍ର ଦବ୍ଦବା ବୃଦ୍ଧି ପାଇବାରେ ଲାଗିଥିଲା। ଫଳରେ ଉଭୟ ଭାରତ ଏବଂ ଆମେରିକା ଏହାକୁ ନେଇ ଅଡ଼ୁଆରେ ପଡ଼ିଥିଲେ।
Had productive discussions with President @ibusolih. pic.twitter.com/AI4pyYvvnI
— Narendra Modi (@narendramodi) November 17, 2018
ମୋଦି ଆଜିର ଗସ୍ତ ବାବଦରେ ଏବଂ ମାଲ୍ଡିଭ୍ସକୁ ଶୁଭକାମନା ଜଣାଇ ଏକ ଟ୍ୱିଟ୍ରେ କହିଛନ୍ତି, “ଏହି ରାଷ୍ଟ୍ରର ବିକାଶ ପାଇଁ ଭାରତ ସହଯୋଗ କରିବ ବୋଲି ମୁଁ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀଯୁକ୍ତ ସଲିହଙ୍କୁ ପ୍ରତିଶ୍ରୁତି ଦେଉଛି। ବିଶେଷ କରି ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଯୋଗାଯୋଗ ଏବଂ ମାନବ ସମ୍ବଳ ବିକାଶରେ ଆମେ ସହଯୋଗ କରିବୁ।”
Congratulations to Mr. @ibusolih on taking oath as the President of the Maldives.
Wishing him the very best for his tenure ahead.
Looking forward to working with him to strengthen bilateral relations between our nations. pic.twitter.com/HryxQQMadt
— Narendra Modi (@narendramodi) November 17, 2018
ଆଜି ରାଷ୍ଟ୍ରପତି ସଲିହ ମଧ୍ୟ ସ୍ପଷ୍ଟ କରିଛନ୍ତି, ନିକଟତମ ପଡ଼ୋଶୀଙ୍କ ସହିତ ସମ୍ପର୍କ ଆହୁରି ମଜଭୁତ ହେବ ଏବଂ ଚୀନ୍ର ପ୍ରସ୍ତାବିତ ପ୍ରକଳ୍ପ ସମୂହର ପୁର୍ନବିଚାର କରାଯିବ। ପୂର୍ବରୁ ମଧ୍ୟ ଏହି ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ମୌମୁନ୍ ଅବ୍ଦୁଲ୍ ଗାୟୁମ୍ ଥରେ କହିଥିଲେ, ମାଲ୍ଡିଭ୍ସରେ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ଭାରତର ସକାରାତ୍ମକ ଭୂମିକା ରହିଛି। ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୀତିକ ସଙ୍କଟ ପଛରେ ମଧ୍ୟ ଭାରତ-ଚୀନ୍ ବିବାଦ ରହିଥିବା ଚର୍ଚ୍ଚା ହୁଏ। ତେଣୁ ସଲିହଙ୍କ ବିଜୟକୁ ଭାରତର ବିଜୟଭାବେ ରାଜନୀତିକ ତଥା କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2FnjnB0
No comments:
Post a Comment