
ନୂଆଦିଲ୍ଲୀ: ରାମମନ୍ଦିର ପ୍ରସଙ୍ଗକୁ ନେଇ ଆଜି ଅଯୋଧ୍ୟା ହୁଲ୍ସ୍ତୁଲ୍ ହେଉଥିବାବେଳେ ରାଜସ୍ଥାନ ନିର୍ବାଚନୀ ପ୍ରଚାରରେ ଏହାକୁ ପ୍ରସଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି, କଂଗ୍ରେସ ୨୦୧୯ ନିର୍ବାଚନ ପାଇଁ ଏହି ମାମଲାର ଶୁଣାଣିରେ ବିଳମ୍ବ କରିବାପାଇଁ କୋର୍ଟକୁ ପ୍ରଭାବିତ କରିଥିଲା। ସେ ଏହି ଅବସରରେ ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ବାବଦରେ କହିଥିଲେ। ବିଚାରପତିଙ୍କ ପାଇଁ କଂଗ୍ରେସ ଭୟର ବାତାବରଣ ତିଆରି କରିବା ସହିତ ପ୍ରଧାନବିଚାରପତିଙ୍କ ନାମରେ ମହାଭିଯୋଗ ଆଣିବ ବୋଲି ଧମକାଇଥିଲା ବୋଲି ସେ ଉଲ୍ଲେଖ କରିଥିଲେ।
ଆଜି ଅଯୋଧ୍ୟାରେ ଉଭୟ ଶିବସେନା ଏବଂ ବିଶ୍ୱ ହିନ୍ଦୁ ପରିଷଦ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମ ଆୟୋଜନ କରି ରାମ ମନ୍ଦିରର ତ୍ୱରିତ ନିର୍ମାଣ ବାବଦରେ ବିଜେପିକୁ ଟାର୍ଗେଟ୍ କରିଥିଲେ। ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ନିର୍ମାଣ ପାଇଁ ବିଭିନ୍ନ ଦକ୍ଷିଣପନ୍ଥୀ ଓ ହିନ୍ଦୁତ୍ୱବାଦୀ ସଂଗଠନ ଦାବି କରି ଆସୁଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟ ଅଯୋଧ୍ୟାର ରାମ ଜନ୍ମଭୂମି ବିବାଦ ମାମଲାର ଶୁଣାଣି ଜାନୁୟାରୀ ଯାଏ ଘୁଞ୍ଚାଇଦେଇଛନ୍ତି।
from Odisha Reporter https://ift.tt/2PSwQWy
No comments:
Post a Comment