ରଙ୍ଗ୍‌ ସାଇଡ୍‌ରୁ ଆସି ପିଟିଦେଲା ଟ୍ରକ୍‌, ୧୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ରଙ୍ଗ୍‌ ସାଇଡ୍‌ରୁ ଆସି ପିଟିଦେଲା ଟ୍ରକ୍‌, ୧୨ ମୃତ

ସୋନିପାତ: ନିୟନ୍ତ୍ରଣ ହରାଇ ରଙ୍ଗ୍‌ ସାଇଡ୍‌ରୁ ମାଡ଼ିଆସୁଥିବା ଏକ ଟ୍ରକ୍‌ ଗୋଟିଏ କାର୍‌ ଏବଂ ୨ଟି ବାଇକ୍‌ ଉପରେ ଚଢ଼ିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଏଥିରେ ଆହତ ହୋଇଛନ୍ତି। ହରିଆଣାର ସୋନିପାତ ନିକଟରେ ଗୋହାନା-ପାନିପଥ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି।

ସନ୍ଧ୍ୟା ୬ଟାରେ ଘଟିଥିବା ଏହି ଦୁର୍ଘଟଣାରେ ଏକ ଦୁଇଚକିଆଯାନ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ହରିଆଣାର ମୁଣ୍ଡଲାନା ଗାଁ ନିକଟରେ ଯାଉଥିବା ସମୟରେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍‌ଟି ରଙ୍ଗସାଇଡ୍‌ ଆଡ଼କୁ ମାଡ଼ିଯାଇଥିଲା। କିଛି ବୁଝିବା ଆଗରୁ କାର୍‌ ଏବଂ ଦୁଇ ଚକିଆ ପରେ ଚଢ଼ିଯାଇଥିଲା।

ଗୁରୁତର ଭାବେ ଆହତ ଅନ୍ୟମାନଙ୍କୁ ତୁରନ୍ତ କାନପୁରର ଏକ ହସ୍ପିଟାଲ ନିଆଯାଇଥିଲା। ଦୁର୍ଘଟଣା ଘଟିବାପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଦୌଡ଼ିପଳାଇବାରେ ସମର୍ଥ ହୋଇଛି। ପୁଲିସ୍‌ ଟ୍ରକ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/2SIZRl0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages