ତିବ୍ର ହେଛି ମି-ଟୁ କଳି: ରାକ୍ଷୀଙ୍କ ଲିଙ୍ଗ ଉପରେ ପ୍ରଶ୍ନ ଉଠାଇଲେ ତନୁଶ୍ରୀ, ଦେଖନ୍ତୁ ପୂରା ଇଣ୍ଟର୍ଭ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ତିବ୍ର ହେଛି ମି-ଟୁ କଳି: ରାକ୍ଷୀଙ୍କ ଲିଙ୍ଗ ଉପରେ ପ୍ରଶ୍ନ ଉଠାଇଲେ ତନୁଶ୍ରୀ, ଦେଖନ୍ତୁ ପୂରା ଇଣ୍ଟର୍ଭ୍ୟୁ

ମୁମ୍ୱାଇ:କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଓ ତନୁଶ୍ରୀ ଦତ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ୁନି। ଉଭୟ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ମି-ଟୁ ମାମଲକୁ ନେଇ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଶେଷରେ ଚରମସୀମାରେ ପହଞ୍ଚିଛି। ଦୁହିଁଙ୍କ ମଧ୍ୟରେ ଆକ୍ଷେପ-ପ୍ରତି ଆକ୍ଷେପ ଜାରି ରହିଥିବା ବେଳେ ଏହା କ୍ୟାଟ୍‌ ଫାଇଟ୍‌ ରୂପ ନେଇଛି। ନିକଟରେ ରାକ୍ଷୀ ସାୱନ୍ତ ତନୁଶ୍ରୀ ଦତ୍ତଙ୍କୁ ଏକ ଇଣ୍ଟର୍ଭ୍ୟୁରେ ଲେସ୍‌ବିଆନ୍‌ ବୋଲି ଆକ୍ଷେପ କରିଥିଲେ ଏବଂ ତନୁଶ୍ରୀ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ସମସ୍ତ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା। ସେହି ସମୟରେ ତନୁଶ୍ରୀ ଏହାକୁ ନେଇ କୌଣସି ମୁହଁ ଖୋଲି ନ ଥିଲେ।

କିନ୍ତୁ ବର୍ତ୍ତମାନ ତନୁଶ୍ରୀ ଏକ ଟିଭି ଇଣ୍ଟର୍ଭ୍ୟରେ ରାକ୍ଷୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ରାକ୍ଷୀଙ୍କ ପ୍ରକୃତ ପରିଚୟ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କୁ ମିଛ କହିବା ରୋଗ ହୋଇଛି ବୋଲି ତନୁଶ୍ରୀ କହିଛନ୍ତି। କୌଣସି କଥାକୁ ମିଛ ଭାବରେ କହି ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବାର କଳା ରାକ୍ଷୀଙ୍କୁ ବେଶ ଜଣା। କେବଳ ଟଙ୍କା ଓ ଲୋକପ୍ରିୟତା ପାଇବା ପାଇଁ ସେ ଏପରି କଥାବାର୍ତ୍ତା କରନ୍ତି।ସାରା ବିଶ୍ୱରେ ଚାଲିଥିବା #metoo ଅଭିଯାନ ପରେ ସମସ୍ତ ମହିଳା ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲି ପାରୁଛନ୍ତି।

ରାକ୍ଷୀ ସେ ସମସ୍ତ ଅଭିଯୋଗକୁ ମିଛ ବୋଲି କହି କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ତନୁଶ୍ରୀ ପ୍ରଶ୍ନ କରିଛନ୍ତି। ତନୁଶ୍ରୀ ଆହୁରୀ କହିଛନ୍ତି, “ଗତ ସାତ ଦିନ ଧରି ମୁଁ ରାକ୍ଷୀ କହୁଥିବା କଥା  ବିଷୟୟରେ ଅନେକ କିଛି ଶୁଣିଛି। ସେ ଇଣ୍ଟର୍ଭ୍ୟୁରେ କହିଥିଲେ କି ମୋର ଆମେରିକାର ଭିସା ରଦ୍ଦ ହୋଇଯାଇଛି। ସତ କଥା ହେଉଛି, ମୋତେ ଆମେରିକାରେ ଗ୍ରୀନ କାର୍ଡ ମିଳିସାରିଛି ଓ ମୁଁ ଆମେରିକାର ନିବାସୀ ମଧ୍ୟ। ବଲିଉଡ୍‌ରେ ସମସ୍ତେ ଜାଣିଛନ୍ତି ଯେ, ରାକ୍ଷୀ ଜଣେ ଟ୍ରାନ୍ସଜେଣ୍ଡର୍‌ ବୋଲି। “ଏହା ସହିତ ରାକ୍ଷୀ କାଷ୍ଟିଂ କାଉଚ୍‌ରେ ମଧ୍ୟ ସାମିଲ୍‌ ଥିଲେ ଏବଂ କାମ ପାଇଁ ସେ କାଷ୍ଟିଂ କାଉଚ୍‌ ମଧ୍ୟ କରିପାରିବେ ବୋଲି ପୂର୍ବରୁ କହିଛନ୍ତି।

ରାକ୍ଷୀ #metoo ଅଭିଯାନରେ ସାମିଲ୍‌ ହୋଇଥିବା ମହିଳାଙ୍କୁ ଷ୍ଟ୍ରଗଲିଂ ଆକ୍ଟର କହୁଛନ୍ତି। ରାକ୍ଷୀ ଏହା ଭୁଲି ଯାଉଛନ୍ତି ଯେ, ସେ ନିଜେ ଜଣେ ଷ୍ଟ୍ରଗ୍‌ଲିଂ ଆକ୍ଟର। ବର୍ତ୍ତମାନ ରାକ୍ଷୀ ପଞ୍ଚକୁଲାରେ କୁସ୍ତି ଖେଳିବା ପରେ ଆହତ ହୋଇଥିଲେ ଏବଂ ଏଥିପାଇଁ ସେ ତନୁଶ୍ରୀ ଦତ୍ତଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଆମେରିକାରୁ ଆସିଥିବା କୁସ୍ତି ଯୋଦ୍ଧା ରିବେଲ୍‌ଙ୍କୁ ତନୁଶ୍ରୀ ତାଙ୍କୁ ମାରିବା ପାଇଁ ପଠାଇଥିଲେ ବୋଲି ରାକ୍ଷୀ ଏକ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓରେ କହିଛନ୍ତି।

 



from Odisha Reporter https://ift.tt/2OL0OGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages