
ଗୁଏଟମାଲା: ଏମିତି ସଜା ଯାହା ଆପଣ କେବେ ଶୁଣି ନ ଥିବେ। ଜଣେ ଦୋଷୀଙ୍କୁ ତାଙ୍କ ଅପରାଧ ପାଇଁ ୫,୧୬୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆଶ୍ଚର୍ଯ୍ୟ ଏବଂ ଅଦ୍ଭୁତ ଲାଗୁଥିଲେ ବି କଥାଟା ସତ। ମଧ୍ୟ ଆମେରିକାର ଗୁଏଟମାଲାର ଏକ ଅଦାଲତ ଜଣେ ପୂର୍ବତନ ସୈନିକଙ୍କ ପ୍ରତି ଏମିତି କଠୋର ରାୟ ଶୁଣାଇଛନ୍ତି।
ଗୃହ ଯୁଦ୍ଧ ବେଳେ ସମ୍ପୃକ୍ତ ସୈନିକ ୨୦୧ କୃଷକଙ୍କୁ ନରସଂହାର ମାମଲାରେ ତାଙ୍କୁ ୫,୧୬୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ମଧ୍ୟ ଆମେରିକାରେ ଗୃହ ଯୁଦ୍ଧ ବେଳେ ଏହି ଲୋହର୍ଷଣକାରୀ ହତ୍ୟା ସବୁଠାରୁ ନୃଶଂସ ଥିଲା। ସାନ୍ତେଷ ଲୋପେଜ୍ ନାମକ ଜଣେ ପୂର୍ବତନ ସୈନିକଙ୍କ ପ୍ରତି କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ୧୭୧ ଜଣଙ୍କୁ ହତ୍ୟା ଅର୍ଥାତ ପ୍ରତ୍ୟେକଙ୍କ ପାଇଁ ୩୦-୩୦ ବର୍ଷ ମୋଟ ୫,୧୩୦ ବର୍ଷ ପର୍ଯ୍ୟନ୍ତ କୋର୍ଟ ଜେଲ ଦଣ୍ଡ ଶୁଣାଇଛନ୍ତି।
ତେବେ ଜଣେ ପିଲାକୁ ହତ୍ୟା କରିବା ଅଭିଯୋଗରେ ଅତିରିକ୍ତ ୩୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ତେବେ ଏହି ଦଣ୍ଡାଦେଶ ଶୁଣି ଆପଣ ଅଦାଲତକୁ ଥଟ୍ଟା କରିପାରନ୍ତି। କିନ୍ତୁ ପ୍ରକୃତରେ ଏହି ଦଣ୍ଡାଦେଶ ସାଙ୍କେତିକଭାବେ ଦିଆଯାଇଛି। ସୂଚନା ଅନୁଯାୟୀ ଗୁଏଟମାଲାର ଜେଲରେ କାରାଦଣ୍ଡର ଅବଧି ଅଧିକରୁ ଅଧିକ ୫୦ ବର୍ଷ ରହିଛି। ୧୯୯୬ ଗୁଏଟମାଲା ଗୃହ ଯୁଦ୍ଧରେ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2zmmNOU
No comments:
Post a Comment