ଘର ସଫା କରୁକରୁ କୋଟିପତି ହୋଇଗଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଘର ସଫା କରୁକରୁ କୋଟିପତି ହୋଇଗଲେ ଦମ୍ପତି

ୱାଶିଂଟନ୍‌: ଭାଗ୍ୟ କେତେବେଳେ କାହାକୁ କେଉଁଠି ନେଇ ପହଞ୍ଚାଇ ଦେବ, ସେକଥା କେହି ଜାଣି ନାହାନ୍ତି। ଏଭଳି ଭାଗ୍ୟର ଖେଳରେ କୋଟିପତି ବନିଛନ୍ତି ଆମେରିକାର ଲୁଜିୟାନାଠାରେ ରହୁଥିବା ଗୋଟିଏ ଦମ୍ପତି। ଏହି ଦମ୍ପତି ଘର ସଫା କରୁଥିବା ବେଳେ ହଜାଇ ଦେଇଥିବା କିଛି ଲଟେରୀ ଟିକେଟ୍‌କୁ ଅପ୍ରତ୍ୟାଶିତ ଭାବେ ପାଇଥିଲେ। ଏହାପରେ ଯାହା ଘଟିଲା, ସେକଥା ସେମାନେ ନିଜେ ମଧ୍ୟ ବିଶ୍ୱାସ କରିପାରି ନଥିଲେ।

ଏହି ଟିକେଟ୍‌ରୁ ସେମାନେ ୧.୮ ମିଲିୟନ୍‌ ଡଲାର ଅର୍ଥାତ ୧୨ କୋଟି ୭୨ ହଜାର ଟଙ୍କା ଜିତିବାକୁ ସକ୍ଷମ ହୋଇଛନ୍ତି।

ଛୁଟିଦିନ ଥିବାରୁ ହ୍ୟାରୋଲ୍ଡ ଏବଂ ଟିନା ଏହରନବର୍ଗ ସେମାନଙ୍କ ଘର ସଫା କରୁଥିଲେ। ଏହି ସମୟରେ ଟିନାଙ୍କୁ କିଛି ପୁରୁଣା ଲଟେରୀ ଟିକେଟ୍‌ ମିଳିଥିଲା। ସେମାନେ ପ୍ରଥମେ ଭାବିଥିଲେ ଏହାର ସମୟସୀମା ସରିଯାଇଥିବ। ହେଲେ ଆବେଦନ କରିବାକୁ ଆହୁରି ୨ ସପ୍ତାହ ବାକି ଥିଲା। ସେମାନେ ଇଣ୍ଟରନେଟ୍‌ରେ ଲଟେରୀ ଫଳାଫଳ ପ୍ରକାଶ କରୁଥିବା ୱେବସାଇଟକୁ ଯାଇ ନମ୍ବର ଗୁଡ଼ିକ ମିଳାଇବାରୁ ଗୋଟିଏ ନମ୍ବର ଜ୍ୟାକପଟ୍‌ ପୁରସ୍କାର ନମ୍ବର ସହ ମେଳ ଖାଇଯାଇଥିଲା।

ଲଟେରୀ ଫଳାଫଳ ଘୋଷଣା ପରେ ବିଜୟୀ ଟିକେଟ୍‌ର ମାଲିକାନା ପ୍ରମାଣ କରିବା ପାଇଁ ୧୮୦ ଦିନର ସମୟ ମିଳିଥାଏ। ଟିନା ଧାର୍ଯ୍ୟ ସମୟ ପୂରିବାକୁ ୨ ସପ୍ତାହ ବାକି ଥିବା ବେଳେ ଆବେଦନ କରିଥିଲେ।

ଏହାପରେ ଉଭୟଙ୍କୁ ୧.୮ ମିଲିୟନ୍‌ ଡଲାର ମିଳିଥିଲା। କିନ୍ତୁ ଟିକସ୍‌ ଓ ଅନ୍ୟାନ୍ୟ ନିୟମ ବାବଦକୁ ଟଙ୍କା କଟିବା ପରେ ଏହରନବର୍ଗ ଦମ୍ପତି ପ୍ରାୟ ଆଠ କୋଟି ଟଙ୍କା ଘରକୁ ଆଣିଛନ୍ତି। ଏବେ ସେମାନେ ଏତେ ପରିମାଣର ଅର୍ଥ କେମିତି ଖର୍ଚ୍ଚ କରିବେ, ସେନେଇ ଯୋଜନା କରିବା ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2r0cprR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages