ଶୁଟିଂ ସେଟ୍‌ରେ ଆହତ ହେଲେ ସଲମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଶୁଟିଂ ସେଟ୍‌ରେ ଆହତ ହେଲେ ସଲମାନ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ସଲ୍‌ମାନ୍‌ ନିଜ ଫିଲ୍ମ ‘ଭାରତ’ର ସୁଟିଂ ପାଇଁ ପଞ୍ଜାବରେ ଥିଲେ। ପରେ ୱାଘା ସୀମାନ୍ତରେ ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଶୁଟିଂ ସମୟର ଏକ ଫଟୋ ଦେଖିବାକୁ ମିଳିଥିଲା, ଯାହାକି ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଥିଲା। ଏବେ କିନ୍ତୁ  ଶୁଣିବାକୁ ମିଳୁଛି ଯେ, ସଲ୍‌ମାନ୍‌ କୁଆଡେ ଫିଲ୍ମ ସେଟ୍‌ରେ ଆହତ ହୋଇଥିଲେ। ଏଥିପାଇଁ ସେ ମୁମ୍ବାଇ ଫେରି ଆସିଛନ୍ତି।

କିନ୍ତୁ ସଲମାନ୍‌ଙ୍କୁ କେମିତି କେଉଁଠି ଆଘାତ ଲାଗିଛି ତାହା ଏବେ ଶୁଦ୍ଧା ଜଣାପଡି ନାହିଁ।  ଖବର ମୁତାବକ  ଅଭିନେତା ପଞ୍ଜାବ୍‌ରେ ‘ଭାରତ’ ଫିଲ୍ମ ସେଟ୍‌ରେ ଥିବା ବେଳେ ଏହି ଆଘାତ ଲାଗିଛି। ଯନ୍ତ୍ରଣା ନ କମିବାରୁ ସଲ୍‌ମାନ୍‌ଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ଫେରିବାକୁ ପଡ଼ିଥିଲା। ଆଉ ସୁସ୍ଥ ହେବା ପରେ ଫିଲ୍ମର ଶୁଟିଂ ଜାରି ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ଅଲ୍ଲି ଅବାସ୍‌ ଜଫର୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅତୁଲ୍‌ ଅଗ୍ନିହୋତ୍ରୀ। ଏଥିରେ ସଲ୍‌ମାନ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌, ଦିଶା ପଟାନୀ ଓ ସୁନୀଲ୍‌ ଗ୍ରୋଭର୍‌ ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୦୧୯ ଇଦ୍‌ରେ ରିଲିଜ୍‌ ହେବ।

ଚଳିତ ବର୍ଷ ସଲ୍‌ମାନ୍‌ଙ୍କ ଫିଲ୍ମ ‘ରେସ୍‌ -୩’ ରିଲିଜ୍‌ ହୋଇଥିଲା।



from Odisha Reporter https://ift.tt/2OPwQkD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages