ଏମିତି ବୋଲିଂ କଲେ ଯେ ଅମ୍ପାୟାର ବି ଜଳକା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଏମିତି ବୋଲିଂ କଲେ ଯେ ଅମ୍ପାୟାର ବି ଜଳକା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କ୍ରିକେଟ୍‌ରେ ସମୟ ବଦଳିବା ସହ ସବୁ କିଛି ବଦଳୁଛି। ଖେଳାଳିମାନେ ସର୍ବଦା କିଛି ନୂଆ ଶୈଳୀରେ ବ୍ୟାଟିଂ ଏବଂ ବୋଲିଂ କରିବାକୁ ଚାହୁଁଛନ୍ତି। ଯଦି ପ୍ରଚଳିତ ନିୟମକୁ ଏହି ନୂଆ ଶୈଳୀ ସୁହାଇଲା, ତା’ହେଲେ ଏହା କ୍ରିକେଟ ଜଗତରେ ଏକ ଫ୍ୟାଶନ ହେଇଯାଉଛି। ବ୍ୟାଟସ୍‌ମ୍ୟାନ୍‌ମାନଙ୍କୁ ରିଭର୍ସ ସ୍ଵିପ,ହେଲିକପ୍ଟର ଶଟ୍‌ ଓ ସୁଇଚ୍‌ ହିଟ୍ ଶଟ୍‌ ଖେଳିବାକୁ ଅନୁମତି ମିଳୁଛି। କିନ୍ତୁ ମଡର୍ଣ୍ଣ ଡେ କ୍ରିକେଟ୍‌ର ବୋଲରଙ୍କ ଉପରେ ଅନେକ କଟକଣା ରହିଛି।

ଏବେ ବିସିସିଆଇ ପକ୍ଷରୁ ଜାରି ଏକ ଭିଡିଓ ଏହାର ପ୍ରମାଣ ଦେଇଛି। ବିସିସିଆଇ ପକ୍ଷରୁ ଜାରି ଭିଡିଓରେ ଜଣେ ବାମହାତୀ ସ୍ପିନ୍‌ ବୋଲ୍‌ର ନିଜକୁ ୩୬୦ ଡିଗ୍ରୀ ବୁଲାଇବା ପରେ ଯାଇ ବୋଲିଂ କରୁଛନ୍ତି। ତେବେ ବୋଲର୍‌ଙ୍କ ଏଭଳି ବୋଲିଂ ଶୈଳୀକୁ ଦେଖି ଅମ୍ପାୟାର ଜଣଙ୍କ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଡେଡ୍‌ ବଲ୍‌ ବୋଲି ଘୋଷଣା କରିଛନ୍ତି। ଅବଶ୍ୟ ବୋଲର୍‌ ଜଣଙ୍କ କୌଣସି ପ୍ରକାରର ଥ୍ରୋ କରିନାହାନ୍ତି କିମ୍ବା ବୋଲିଂ କରିବା ବେଳେ ଆଇସିସିର କୌଣସି ବୋଲିଂ ନିୟମକୁ ଉଲ୍ଲଙ୍ଘନ କରି ନାହାନ୍ତି, ତଥାପି ଏହାକୁ ଅମ୍ପାୟାର କାହିଁକି ଡେଡ୍‌ ବଲ୍‌ ଘୋଷଣା କଲେ ବୋଲି ଅନେକ ଲୋକ ସୋଶାଲ୍‌ ମିଡିଆରେ ପ୍ରଶ୍ନ କରିଛନ୍ତି।

ଜଣେ ଲେଖିଛନ୍ତି, ବୋଧେ ଏଭଳି ବୋଲିଂ ଆକ୍ସନ୍‌ କେବେ ଦେଖା ଯାଇ ନଥିଲା। ତେଣୁ ଅମ୍ପାୟାର ଏହାକୁ ବୁଝି ପାରିଲେ ନାହିଁ। କିନ୍ତୁ ମୋର ଆଶା ଆଗକୁ ଏହି ବୋଲିଂ ଶୈଳୀ ନିଶ୍ଚିତ ଭାବେ ମଡର୍ଣ୍ଣ ଡେ କ୍ରିକେଟ୍‌ରେ ପ୍ରଚଳିତ ହେବ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2PfER7w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages