ଦୀପାବଳି ପୂର୍ବରୁ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଭଲ ଖବର ଆସିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଦୀପାବଳି ପୂର୍ବରୁ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଭଲ ଖବର ଆସିବ!

ଲକ୍ଷ୍ନୌ: ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବା ପ୍ରସଙ୍ଗରେ ଧୀରେଧୀରେ ବିଜେପି ଓ ବିଭିନ୍ନ ହିନ୍ଦୁ ସଂଗଠନର ସ୍ୱର ଶାଣିତ ହେବାରେ ଲାଗିଛି। ଶୁକ୍ରବାର ଆର୍‌ଏସ୍‌ଏସ୍‌ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି କହିଥିବା ବେଳେ ତା’ ପୂର୍ବରୁ ବିଜେପିର ରାଜ୍ୟସଭା ସାଂସଦ ରାକେଶ ସିହ୍ନା ସଂସଦରେ ମନ୍ଦିର ନିର୍ମାଣ ପାଇଁ ପ୍ରାଇଭେଟ ମେମ୍ବର୍ସ ବିଲ୍‌ ଅଣାଯିବ ବୋଲି କହିଥିଲେ। ତେଣୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯେମତି ହେଲେ ମନ୍ଦିର ନିର୍ମାଣ ପାଇଁ ବିଜେପି ମୂଳଦୁଆ ପକାଇବାକୁ ଅଣ୍ଟା ଭିଡ଼ିଛି।

ତେବେ ଆଜି ଉତ୍ତର ପ୍ରଦେଶର ବିଜେପି ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ଲୋକଙ୍କୁ କହିଛନ୍ତି, ଆପଣମାନେ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତା’ ପୂର୍ବରୁ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଏକ ଭଲ ଖବର ପାଇବେ।

ଚାନ୍ଦୌଲୀ ଲୋକସଭା ଆସନରୁ ସାଂସଦ ହୋଇଥିବା ପାଣ୍ଡେ କହିଛନ୍ତି, “ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ସହ ଜଣେ ବଡ଼ ସନ୍ଥ। ନିଶ୍ଚିତ ରୂପେ ସେ ଅଯୋଧ୍ୟା ପାଇଁ ଯୋଜନା କରିଥିବେ। ଦୀପାବଳି ଆସିଯାଉ, ସେ ପର୍ଯ୍ୟନ୍ତ ଆପଣମାନେ ଖୁସି ଖବର ପାଇଁ ଅପେକ୍ଷା କରନ୍ତୁ। ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା କରିଛନ୍ତି, ସେକଥା ସେ ଦୀପାବଳିର ଠିକ୍‌ ପୂର୍ବରୁ ଘୋଷଣା କରିବେ। ତାକୁ ଶୁଣିଲେ ଆପଣମାନେ ନିଶ୍ଚିତ ରୂପେ ଖୁସି ହୋଇଯିବେ।”

ଗୋଟିଏ ପଟେ ସୁପ୍ରିମକୋର୍ଟ ଆସନ୍ତା ବର୍ଷ ଜାନୁଆରୀ ମାସ ଯାଏ ଅଯୋଧ୍ୟା ଜମି ବିବାଦର ଶୁଣାଣି ସ୍ଥଗିତ ରଖିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା ନକରି ବିଜେପି ଓ ଏକାଧିକ ହିନ୍ଦୁ ସଂଗଠନ ରାମ ମନ୍ଦିର ନିର୍ମାଣ କରିବାକୁ କସରତ ଆରମ୍ଭ କରିଛନ୍ତି। କିଛି ଦିନ ତଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଥିଲେ, “ଆମେ ଖୁବ୍‌ଶୀଘ୍ର ଭଲ ଖବର ନେଇ ଅଯୋଧ୍ୟା ଯିବୁ। ନ୍ୟାୟ ପ୍ରଦାନରେ ବିଳମ୍ବ ହେବା ଅନ୍ୟାୟ ସହ ସମାନ। ଅଯୋଧ୍ୟା ହେଉଛି ରାମଙ୍କ ଜନ୍ମଭୂମି ଏବଂ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହା ଏକ ତୀର୍ଥସ୍ଥାନ। ତେଣୁ ଏଥର ଦୀପାବଳି ପୂର୍ବବର୍ଷ ଅପେକ୍ଷା ଆନନ୍ଦ ଆଣିବ।”

କୁହାଯାଉଛି, ସୂର୍ଯ୍ୟ ନଦୀ କୂଳରେ ବିରାଟ୍‌ ରାମ ମୂର୍ତ୍ତି(୧୦୮ ମିଟର) ପ୍ରତିଷ୍ଠା ପାଇଁ ଯୋଗୀ ଆଦିତ୍ୟନାଥ ଦୀପାବଳି ଦିନ ଘୋଷଣା କରିପାରନ୍ତି। ଏସଂକ୍ରାନ୍ତ ପ୍ରକଳ୍ପ ରିପୋର୍ଟ ପର୍ଯ୍ୟଟନ ବିଭାଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ରାମ ନାଏକଙ୍କୁ ଦେଇଛି। ତେଣୁ ଏ ସମ୍ପର୍କରେ ଯୋଗୀ ଘୋଷଣା କରିବେ ବୋଲି ଜଣାପଡ଼ିଛି। ସେହିପରି ଦୀପାବଳିରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରି କେଉଁଠାରେ ରାମଙ୍କ ପ୍ରତିମୂର୍ତ୍ତି ରହିବ, ସେକଥାକୁ ତର୍ଜମା କରିବେ ବୋଲି ମଧ୍ୟ କୁହାଯାଉଛି।

ଗତବର୍ଷ ଅଯୋଧ୍ୟାରେ ଗୋଟିଏ ଦିନ ପାଇଁ ଦୀପାବଳି ପାଳନ କରାଯାଇଥିବା ବେଳେ ଏଥର ଏହାକୁ ୩ ଦିନ ଧରି ପାଳନ କରାଯିବ ବୋଲି ଘୋଷଣା କରାଯାଇଛି।



from Odisha Reporter https://ift.tt/2F2mK0e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages