
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ‘ୱାଲ’ ଭାବେ ଖ୍ୟାତ ତଥା ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍ ଆଜି ବିଧିବଦ୍ଧ ଭାବେ ଆଇସିସି ହଲ୍ ଅଫ୍ ଫେମ୍ ଗ୍ରୁପ୍ରେ ସାମିଲ ହୋଇଛନ୍ତି। ଥିରୁଭନନ୍ତପୁରମ୍ଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ପୂର୍ବରୁ ରାହୁଲଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆଇସିସି ପକ୍ଷରୁ ଏଥିପାଇଁ ଆୟୋଜିତ ଏକ ଛୋଟିଆ କାର୍ଯ୍ୟକ୍ରମରେ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ହଲ୍ ଅଫ୍ ଫେମ୍ର ମାନପତ୍ର ରାହୁଲଙ୍କୁ ଦେଇଛନ୍ତି।
ଡ୍ରାଭିଡ୍ ବର୍ତ୍ତମାନ ଇଣ୍ଡିଆ ଅଣ୍ଡର-୧୯ ଓ ଇଣ୍ଡିଆ ଏ ଟିମ୍ର କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍ରେ ଉଲ୍ଲେଖନୀୟ ଅବଦାନ ପାଇଁ ଡବଲିନ୍ଠାରେ ଆଇସିସି ପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାହୁଲ ଡ୍ରାଭିଡ୍, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଅବସର ନେଇସାରିଥିବା ଇଂଲଣ୍ଡ ମହିଳା ଟିମ୍ର ୱିକେଟ୍ କିପର୍ କ୍ଲାରେ ଟେଲରଙ୍କୁ ଆଇସିସିର ହଲ୍ ଅଫ୍ ଫେମ୍ ଗ୍ରୁପ୍ରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇବାରେ ଡ୍ରାଭିଡ୍ ହେଉଛନ୍ତି ପଞ୍ଚମ ଭାରତୀୟ। ପୂର୍ବରୁ ପୂର୍ବତନ ଟିମ୍ ଇଣ୍ଡିଆର ଅଧିନାୟକ ବିଶେନ୍ ସିଂହ ବେଦୀ, ସୁନୀଲ ଗାଭାସ୍କର, କପିଲ ଦେବ ଓ ଅନୀଲ କୁମ୍ବଲେ ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଥିଲେ।
ଦେଖନ୍ତୁ ଭିଡିଓ:
Rahul Dravid becomes the 5th Indian to be inducted in the @ICC Hall of Fame. Congratulations to the legend on joining a list of all-time greats across generations. pic.twitter.com/RAyQ8KrtWR
— BCCI (@BCCI) November 1, 2018
from Odisha Reporter https://ift.tt/2PBcu2S
No comments:
Post a Comment