
ଲସ୍ ଏଞ୍ଜେଲ୍ସ: ନିଜର ଅଦ୍ଭୁତ କଳ୍ପନା ଯୋଗେ ସମସ୍ତ ବର୍ଗର ଲୋକଙ୍କ ହୃଦୟ ଜିତିଥିବା ମାର୍ଭଲ୍ ସହପ୍ରତିଷ୍ଠାତା ତଥା ପ୍ରସିଦ୍ଧ କମିକ୍ସ ବାଦଶାହ ଷ୍ଟାନ୍ ଲିଙ୍କର ମୃତ୍ୟୁ ପରେ ଡେଥ୍ ସାର୍ଟିଫିକେଟ୍ରୁ ପଛର କାରଣ ଜଣାଯାଇଛି। ତାଙ୍କର ହୃଦ୍ଘାତ, ଶ୍ୱାସରୁଦ୍ଧ ଏବଂ ହାର୍ଟ ଅକାମୀ ହୋଇଯିବା କାରଣରୁ ମୃତ୍ୟୁ ହୋଇଥିଲା। ସେ ‘ଆସ୍ପିରେସନ୍ ନିମୋନିଆ’ରେ ପୀଡ଼ିତ ଥିଲେ।
ଗତ ଫେବୃଆରୀରେ ହିଁ ଜଣାପଡ଼ିଥିଲା ଯେ, ସେ ନିମୋନିଆରେ ପୀଡ଼ତ ଅଛନ୍ତି। ଏହି ଅସୁସ୍ଥତା କାରଣରୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁନଥିଲେ।
ଗତ ନଭେମ୍ବର ମାସ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହାର ଦୁଇ ସପ୍ତାହ ପରେ ଡେଥ୍ ସାର୍ଟିଫିକେଟ୍ ଆସିଛି। ତାଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଲୋକଙ୍କ ଦ୍ୱାରା ନିରାଡ଼ମ୍ବରଭାବରେ ଏକ ଛୋଟ ଶୋକସଭା ଆୟୋଜିତ ହୋଇଥିଲା।
ଯଦିଓ ସ୍ପାଇଡରମ୍ୟାନ୍ଠାରୁ ବ୍ଲାକ୍ ପାନ୍ଥର ଯାଏ ସମସ୍ତ ଚରିତ୍ର କଳ୍ପନାରେ ତାଙ୍କର ବଡ଼ ଭୂମିକା ଥିଲା, ସେ ସାମ୍ନାକୁ ବହୁତ ବିଳମ୍ବରେ ଆସିଥିଲେ ଏବଂ ମାର୍ଭଲ୍ର ମୁହଁ ପାଲଟିଥିଲେ। ଇନ୍କ୍ରେଡିବଲ୍ ହକ୍ର ନ୍ୟାରେଟର୍ ହେବାଠାରୁ ଆରମ୍ଭ କରି ଟି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। ଭେନମ୍ ଥିଲା ତାଙ୍କର ଶେଷ ଫିଲ୍ମ।
ଆହୁରି ପଢ଼ନ୍ତୁ- ‘ସ୍ପାଇଡର ମ୍ୟାନ୍’ ଏବଂ ‘ଦି ହକ୍’ ଚରିତ୍ରର ସ୍ରଷ୍ଟା ମାର୍ଭଲ କିମ୍ବଦନ୍ତୀ ଷ୍ଟାନ୍ ଲିଙ୍କ ପରଲୋକ
from Odisha Reporter https://ift.tt/2FNQazu
No comments:
Post a Comment