ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହାନ୍ତି ସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହାନ୍ତି ସାରା

ମୁମ୍ବାଇ: କରନ୍‌ ଜୋହରଙ୍କ ଚାର୍ଟ ଶୋ’ ‘କଫି ଉଇଥ୍‌ କରଣ’ର ୬ଷ୍ଠ ସିଜିନ୍‌ ଆରମ୍ଭ ହୋଇଯାଇଛି। ସବୁ ସିଜିନ୍‌ ପରି ଏହି ସିଜିନ୍‌ରେ ଅନେକ ସେଲିବ୍ରିଟି ଯୋଡ଼ିଙ୍କୁ ଦେଖିବାକୁ ମିଳିଛି। ଶୋ’ର ଗୋଟିଏ ଏପିସୋଡ୍‌ରେ ସୈଫ୍‌ ଅଲ୍ଲୀ ଖାନ୍‌ ଓ ସାରା ଅଲ୍ଲୀ ଖାନ୍‌  ଏକାଠି ନଜର ଆସିଛନ୍ତି।ଆଉ ଶୋ’ରେ ବାପା ଝିଅଙ୍କର ଏକ ସ୍ୱତନ୍ତ୍ର ବଣ୍ଡିଂ ମଧ୍ୟ ଦେଖିବାକୁ ମିଳିଛି।  ଏହା ଛଡ଼ା ସାରା ବି ନିଜ ଜୀବନର ପସନ୍ଦ ନାପସନ୍ଦ ଓ କାହାକୁ ନିଜ ଜୀବନସାଥୀ କରିବାକୁ ଚାହୁଁଛନ୍ତି ସେ ବିଷୟରେ କହିଛନ୍ତି। ଯାହାର ପ୍ରମୋ ଏବେ ଭାଇରାଲ୍‌ ହେଉଛି।

ଶୋ’ର ଏକ ପ୍ରମୋ ଭିଡ଼ିଓ ଆସିଯାଇଛି। କରନ୍‌ ଜୋହର ସୈଫ୍‌ଙ୍କୁ ପଚାରିଥିଲେ ସାରାଙ୍କ ବୟଫ୍ରେଣ୍ଡ୍‌କୁ ସେ କ’ଣ ପ୍ରଶ୍ନ କରିବେ ବୋଲି। ଯାହାର ଉତ୍ତରରେ ସୈଫ୍‌ କହିଥିଲେ, ସେ ତାଙ୍କ ପଲିଟିକାଲ୍‌ ଭ୍ୟୁଜ୍‌ ସମ୍ପର୍କରେ ପ୍ରଶ୍ନ କରିବେ। ଖାଲି ସେତିକି ନୁହେଁ ଡ୍ରଗ୍ସ ସେବନ ବାବଦରେ ମଧ୍ୟ ପ୍ରଶ୍ନ କରିବେ ବୋଲି କହିଥିଲେ।  କରନ୍‌ ତାଙ୍କୁ ସଜେଷ୍ଟ୍‌ କରି ପଚାରିଥିଲେ, ‘ଟଙ୍କା ବିଷୟରେ କିଛି କହିବେ କି ନାହିଁ।’ ଏକଥା ଶୁଣି ସୈଫ୍‌ ବି ସହମତି ଜଣାଇଥିଲେ।

ଏହାପରେ ସାରା  ତାଙ୍କ ପସନ୍ଦ ବିଷୟରେ କହିଥିଲେ ଯେ, ସେ ରଣବୀର କପୁର୍‌ଙ୍କୁ ବିବାହ କରିବାକୁ ଚାହାନ୍ତି। କିନ୍ତୁ ଡେଟ୍ କରିବାକୁ ଚାହନ୍ତି ନାହିଁ। ସେ କର୍ତ୍ତୀକ୍‌ ଆର୍ୟନ୍‌ଙ୍କୁ ଡେଟ୍‌ କରିବାକୁ ଚାହାନ୍ତି।



from Odisha Reporter https://ift.tt/2AZmDOH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages