ମେକ୍‌ ଇନ୍‌ ଓଡ଼ିଶା:ଏମିତି ‘ବ୍ୟକ୍ତିଗତ ମତ’ ଶୁଣାଇଲେ ତଥାଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ମେକ୍‌ ଇନ୍‌ ଓଡ଼ିଶା:ଏମିତି ‘ବ୍ୟକ୍ତିଗତ ମତ’ ଶୁଣାଇଲେ ତଥାଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ ଆୟୋଜନ କରିଛନ୍ତି। ୫ ଦିନ ଧରି ଚାଲିବ ଏହି ମେଗା ଇନ୍‌ଭେଷ୍ଟର୍ସ ମିଟ୍‌। ଏଥିରେ ଦେଶ ଓ ବିଦେଶରୁ ଆସୁଥିବା ପ୍ରତିଷ୍ଠିତ ଶିଳ୍ପପତିମାନେ ଯୋଗଦେଇ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱପ୍ନ ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ମେଗା ଇନ୍‌ଭେଷ୍ଟର୍ସ ମିଟ୍‌କୁ ପରିଚାଳନା କରୁଛନ୍ତି।

ହେଲେ ସରକାରଙ୍କ ଏହି ମେଗା-କାର୍ଯ୍ୟକ୍ରମରେ ସେଇ ସରକାରୀ ଦଳର ଜଣେ ସାଂସଦ କେଁ ପୂରାଇଛନ୍ତି। ସେ ହେଲେ ଢେଙ୍କାନାଳର ବିଜେଡି ସାଂସଦ ତଥାଗତ ସତପଥୀ। ଭାରତୀୟ ଶିଳ୍ପପତିମାନଙ୍କୁ ସେ ଆଜି ସିଧାସଳଖ ସମାଲୋଚନା କରିଛନ୍ତି।

‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଆୟୋଜନ ହୋଇଥିବା ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ତଥାଗତ କହିଛନ୍ତି- “ଆମେରିକାର ବିଲ୍ ଗେଟ୍ସ, ଷ୍ଟିଭ୍ ଜବ୍ସ ଓ ଲନ୍‌ ମାସ୍‌ ହେଉଛନ୍ତି ଅତି ସାଧାରଣ ଲୋକ। ମାତ୍ର ସେମାନେ ହଜାର ହଜାର କୋଟି ଡଲାରର ମାଲିକ ହୋଇଛନ୍ତି। ନିଜର ବୁଦ୍ଧି ବଳରେ ସେମାନେ ଆଜି କୋଟିପତି ହୋଇପାରିଛନ୍ତି। ସେମାନଙ୍କ ପ୍ରତି ମୋର ଭିନ୍ନ ସମ୍ମାନ ରହିଛି। ସେମାନେ ଆଜି ନିଜର ବୁଦ୍ଧି ଖଟାଇ ଧନୀ ହୋଇଛନ୍ତି। ମୁଁ ସେହି ଧନୀମାନଙ୍କୁ ପସନ୍ଦ କରେ, ଯେଉଁମାନଙ୍କର ନିଜସ୍ୱ ଶକ୍ତି ଥିବ। କିନ୍ତୁ ଭାରତରେ ଯେଉଁମାନେ ଧନୀ ହୋଇଛନ୍ତି କେବଳ ଜାତୀୟ ସମ୍ପତ୍ତିକୁ ନେଇ। ଏଥିରେ କୌଣସି ରାଜନୈତିକ ଚିନ୍ତାଧାରା ନାହିଁ। ଏହା ମୋର ବ୍ୟକ୍ତିଗତ ମତ।”

ଓଡ଼ିଶାର ଲୋକମାନେ କେବେ ଧନୀ ହେଲେଣି କି ବୋଲି ପ୍ରଶ୍ନରେ ତଥାଗତ କହିଛନ୍ତି- “କିଏ ଧନୀ ହେବ କି ନାହିଁ ତାହା ଓଡ଼ିଶାର ଲୋକଙ୍କ ଉପରେ ନିର୍ଭର କରୁଛି। ଆମ ରାଜ୍ୟର ଲୋକମାନେ ପ୍ରସ୍ତୁତ ହେବା ଦରକାର। ଚାଷୀ ଓ ମୂଲିଆମାନେ ଯେତିକି ପରିଶ୍ରମ କରନ୍ତି, ଆଜିର ଯୁବପିଢ଼ି (ସେତିକି) କରିବା ପାଇଁ ଆଗ୍ରହୀ ନୁହନ୍ତି। ଆଜିର ଦୁନିଆରେ ନିଜେ ନଖଟିଲେ କେହି ଧନୀ ହୋଇପାରିବେ ନାହିଁ।”



from Odisha Reporter https://ift.tt/2QIPHiQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages