ତୃତୀୟ ଟି-ଟ୍ୱେଣ୍ଟି: ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୬୪/୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ତୃତୀୟ ଟି-ଟ୍ୱେଣ୍ଟି: ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୬୪/୬

ସିଡ୍‌ନୀ: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଚାଲିଥିବା ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ମ୍ୟାଚରେ ଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଭ୍ରମଣକାରୀ ଦଳ ପକ୍ଷରୁ କୃନାଲ୍‌ ପାଣ୍ଡ୍ୟା ୩୬ ରନ୍‌ରେ ୪ଟି ୱିକେଟ୍‌ ଏବଂ କୁଲ୍‌ଦୀପ ଯାଦବ୍‌ ୧୯ ରନ୍‌ରେ ଗୋଟିଏ ଦଖଲ କରି ଘରୋଇ ଦଳର ରନ୍‌ ଗତିରେ ଅଙ୍କୁଶ ଲଗାଇବାରୁ ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୧୬୪ ରନ୍ କରିଛି।

ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଦଳର ଦୁଇ ଓପନର୍‌ ଟିମ୍‌ କଙ୍ଗାରୁକୁ ଭଲ ଷ୍ଟାର୍ଟ ଦେଇଥିଲେ। ଅଧିନାୟକ ଅରୋନ୍ ଫିଞ୍ଚ୍‌ ଓ ଡି’ଅର୍ସି ସଟ୍‌ ପ୍ରଥମ ୱିକେଟ୍ ପାଇଁ ୮.୩ ଓଭର୍‌ରେ ୬୮ ରନ୍‌ ଯୋଡ଼ିବା ପରେ ବାମହାତୀ ଚାଇନାମ୍ୟାନ୍‌ କୁଲ୍‌ଦୀପ୍‌ ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ। ଫିଞ୍ଚ୍‌ ୨୮ ରନ୍‌ କରି ପ୍ୟାଭିଲିୟନ୍‌ ଫେରିବା ପରେ ଘରୋଇ ଦଳ ପାଇଁ ବାମହାତୀ ଅଲ୍‌ରାଉଣ୍ଡର୍‌ କୃନାଲ୍‌ ପାଣ୍ଡ୍ୟା ଘାତକ ସାବ୍ୟସ୍ତ ହୋଇଥିଲେ। କୃନାଲ୍‌ କ୍ରିଜ୍‌ରେ ଜମି ସାରିଥିବା ଅନ୍ୟତମ ଓପନର୍‌ ଡି’ଅର୍ସି ସଟ୍‌(୩୩) ଓ ବିପଜ୍ଜନକ ମ୍ୟାକ୍ସୱେଲ୍‌(୧୩)ଙ୍କ ସମେତ ପରବର୍ତ୍ତୀ ୪ଟି ୱିକେଟ୍‌ ନିଜ ଖାତାକୁ ନେଇ ଅଷ୍ଟ୍ରେଲିଆ ରନ୍‌ ସ୍କୋରିଂରେ ଅନ୍ତରାୟ ସାଜିଥିଲେ। ଗୋଟିଏ ପଟେ କୁଲ୍‌ଦୀପ୍‌ ଯାଦବ୍‌ କଙ୍ଗାରୁ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହାତଖୋଲି ଖେଳିବାକୁ ସୁଯୋଗ ଦେଇ ନ ଥିବାବେଳେ ଏହାର ସୁଯୋଗ ନେଇ କୃନାଲ୍‌ ୱିକେଟ୍‌ ପରେ ୱିକେଟ୍‌ ଦଖଲ କରି ଚାଲିଥିଲେ।

ୱିକେଟ୍ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଆଲେକ୍ସ କ୍ୟାରୀ(୨୭)ଙ୍କୁ ମ୍ୟାଚ୍‌ରେ ନିଜ ଶେଷ ଶିକାର କରିଥିବା କୃନାଲ୍‌ ଏହା ସହ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ନିଜ ଶ୍ରେଷ୍ଠ ବୋଲିଂ ଫିଗର୍‌ ମଧ୍ୟ ପାଇଥିଲେ। ତେବେ ୧୧୯ ରନ୍‌ରେ ୫ଟି ୱିକେଟ୍‌ ହରାଇବା ପରେ କ୍ରିସ୍‌ ଲିନ୍‌ ଓ ମାର୍କସ୍‌ ଷ୍ଟଇନିସ୍‌ ୬ଷ୍ଠ ୱିକେଟ୍ ଯୋଡ଼ିରେ ୧୨ ରନ୍ ଯୋଡ଼ିବା ପରେ ବୁମ୍ରାଙ୍କ ଦ୍ୱାରା ରନ୍ ଆଉଟ୍ ହୋଇ ଲିନ୍‌(୧୩) ପ୍ୟାଭିଲିୟନ୍‌ ଫେରିଥିଲେ। ଏହା ପରେ ଷ୍ଟଇନିସ୍‌(୨୫) ଓ କୁଲଟର୍‌-ନାଇଲ୍‌(୧୩) ଦଳୀୟ ସ୍କୋରକୁ ଆଉ କୌଣସି କ୍ଷତି ନ ପହଞ୍ଚାଇ ୧୬୪ ରନ୍‌ରେ ପହଞ୍ଚାଇ ଦେଇଥିଲେ।

୩ଟିକିଆ ମ୍ୟାଚ୍‌ ବିଶିଷ୍ଟ ଏହି ଟି-ଟ୍ୱେଣ୍ଟି ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ହାରି ଭାରତ ୦-୧ରେ ପଛୁଆ ରହିଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ଟି ବର୍ଷା ଯୋଗୁ ବାତିଲ୍‌ ହୋଇ ଯାଇଥିଲା।



from Odisha Reporter https://ift.tt/2QnCX4i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages