ଖାରବେଳଙ୍କୁ ବିଧା, ଚାପୁଡ଼ା ମାରିଥିବା ଯୁବକଙ୍କ ଫଟୋ ଭାଇରାଲ, ସାଙ୍ଗରେ ଅଛନ୍ତି ବିଜେଡି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଖାରବେଳଙ୍କୁ ବିଧା, ଚାପୁଡ଼ା ମାରିଥିବା ଯୁବକଙ୍କ ଫଟୋ ଭାଇରାଲ, ସାଙ୍ଗରେ ଅଛନ୍ତି ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଗତକାଲି ଆକ୍ରମଣ କରିଥିବା ଯୁବକ ଜଣଙ୍କ ବିଜେଡି ଲୋକ ବୋଲି ନିଜେ ଖାରବେଳ ଅଭିଯୋଗ କରିଥିଲେ। ହେଲେ ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଏନ୍‌ ଭାସ୍କର ରାଓ ଅଭିଯୋଗକୁ ମିଛ କହି ଆକ୍ରମଣକାରୀ ଯୁବକ ଜଣକ ତାଙ୍କ ଦଳର ନୁହେଁ ବୋଲି ସଫେଇ ଦେଇଥିଲେ।

ହେଲେ ସୋଶାଲ ମିଡିଆରେ ଆକ୍ରମଣକାରୀ ଯୁବକ ଜଣକ ବିଜେଡି ନେତାଙ୍କ ଗହଣରେ ଥିବା ଫଟୋ ଭାଇରାଲ ହେବା ପରେ ବିଜେଡିର ସଫେଇକୁ ନେଇ ସନ୍ଦେହ ଉଠିଛି। ବିଜେଡି ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର ଏବଂ ଅନ୍ୟଦଳୀୟ ଲୋକଙ୍କ ଗହଣରେ ଥିବା ସମ୍ପୃକ୍ତ ଆକ୍ରମଣକାରୀ ଯୁବକ ସୁକାନ୍ତ ନାୟକ ଫଟୋ ଭାଇରାଲ ହେବାରେ ଲାଗିଛି। ଏପରିକି ସମ୍ପୃକ୍ତ ଅଭିଯୁକ୍ତ ସ୍ଥାନୀୟ ରାଜ୍ୟସଭା ସାଂସଦଙ୍କ ନିକଟତର କର୍ମୀ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାୟଗଡ଼ାର କାଶୀପୁରରେ ଖାରବେଳ ଏକ ପଥପ୍ରାନ୍ତ ସଭା କରିଥିଲେ।  ନିଜ ଭାଷଣକୁ ଫେସ୍‌ବୁକ୍‌ରେ ଲାଇଭ କରୁଥିଲେ ଖାରବେଳ। ଠିକ୍ ଏହି ସମୟରେ ସମ୍ପୃକ୍ତ ଯୁବକ ସୁମନ୍ତ ତାଙ୍କୁ ମାଡ଼ ମାରିଥିଲେ। ଧମକାଇ ପଚାରିଥିଲେ ସଭା କରିବାକୁ କେଉଁଠୁ ଅନୁମତି ପାଇଲ ? ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକ ଆକ୍ରମଣକାରୀ ବିଜେଡିର ଗୁଣ୍ଡା ବୋଲି ଖାରବେଳ ଅଭିଯୋଗ ଆଣିଥିଲେ।

ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଖାରବେଳଙ୍କ ଅଭିଯୋଗକୁ ବିଜେଡିର ବରିଷ୍ଠ ଏନ୍‌ ଭାସ୍କର ରାଓ ଖଣ୍ଡନ କରିଥିଲେ। ହେଲେ ମାଡ଼ ଘଟଣାର ସମ୍ପୃକ୍ତ ଯୁବକଙ୍କ ଫଟୋ ବିଜେଡି ନେତାଙ୍କ ଗହଣରେ ଥିବା ଭାଇରାଲ ହୋଇଥିଲା। ଯାହାକୁ ନେଇ ବିଜେଡି ଦେଇଥିବା ସଫେଇକୁ ନେଇ ପ୍ରଶ୍ନ ଉଠିଛି।



from Odisha Reporter https://ift.tt/2PUHkEM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages