ସତରେ କ’ଣ କାଞ୍ଚି ଲେଉଟିଯିବେ ମା’ ତାରିଣୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ସତରେ କ’ଣ କାଞ୍ଚି ଲେଉଟିଯିବେ ମା’ ତାରିଣୀ ?

ଭୁବନେଶ୍ୱର:  ଆଙ୍ଗୁଠି ଅଗରେ ମୋବାଇଲ ସ୍କ୍ରିନ୍‌କୁ ଠେଲିଲା ବେଳକୁ ଦିନେ ମା’ ତାରିଣୀଙ୍କ ଫଟୋଟିଏ ଦୃଷ୍ଟିଗୋଚର ହେଲା। ଉପରେ ଲେଖାଥିଲା “ଏହି ଫଟୋର କମେଣ୍ଟ ବକ୍ସରେ ଜୟ ମା’ ତାରିଣୀ ଲେଖନ୍ତୁ, ଯିଏ ନ ଲେଖିବ, ତା ବଅଁଶ ବୁଡ଼ିବ”। ପୋଷ୍ଟକୁ ମୋର ଜଣେ ବନ୍ଧୁ ଶେୟାର କରିଥିଲେ। ଯାହାକୁ ଦେଖି ମୋ ହାତ ଖଲଖଲ ହେଲା। ମୁଁ ମଧ୍ୟ ମା’ଙ୍କ ଜୟ ଜୟକାର ସମ୍ବଳିତ ପଦଟିଏ ଲେଖିଲି। ତା ପରଦିନ ସକାଳୁ ଦେଖିଲା ବେଳକୁ ସେଇ ଲେଖାରେ ଆହୁରି ଅନେକ ବ୍ୟକ୍ତି କମେଣ୍ଟ କରିଥାନ୍ତି। କିନ୍ତୁ ତନ୍ମଧ୍ୟରୁ ଜଣେ ଖେଚଡ଼ ମଣିଷ ଅଖାଡୁଆ କଥାଟିଏ ଲେଖିଥାଆନ୍ତି। ଯାହାକୁ ପଢି ମୁଁ ଠୋ ଠୋ ହସିଲି।

ସିଏ ଲେଖିଥିଲେ-  “ମା’ ତୁ ସମସ୍ତଙ୍କ ମଙ୍ଗଳ କର, କିନ୍ତୁ ୟାକୁ ଯିଏ ଭାଇରାଲ କଲା ପ୍ରଥମେ ତା ବଅଁଶ ବୁଡ଼ା।” ଏହି ଲେଖାରେ ଆଖି ମାରୁଥିବା ଇମୋଜିଟିଏ ମିଶାଇ ସେ ପୋଷ୍ଟ କରିଥିଲେ। ଯାହାକୁ ଦେଖି ହସିହସି ଆମେ ବେଦମ ହେଲୁ।

ବାସ୍ତବରେ ଏମିତି ଘଟଣା କିଛି ନୂଆ ନୁହେଁ। ଦିଅଁ ଦେବତାଙ୍କୁ ମଣିଷ ଭୟ କରେ। ଏହା ମଣିଷର ସାଧାରଣ ମନସ୍ତାତ୍ତ୍ୱିକ ପ୍ରକ୍ରିୟା। କିନ୍ତୁ କିଛି ଖଳ ପ୍ରବୃତ୍ତିର ଲୋକେ ଏହାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ଦିଅଁ ଦେବତାଙ୍କୁ ଅଯଥା କଣ୍ଟ୍ରୋଭର୍ସିଆଲ କରିପକାନ୍ତି। କେତେକଙ୍କ ମତରେ ଏହା ସେମାନଙ୍କ ପ୍ରଚାରର ମାଧ୍ୟମ। ଇଏ ସାକ୍ଷାତ ଖେଚେଡ଼ାମୀ ନୁହେଁ ତ ଆଉ କ’ଣ ?

ଦିନକ ତଳେ ଆମ ସାଇ ମାଇପେ ବି ଠିକ୍‌ ଏମିତି ଅବସ୍ଥାରେ ପଡ଼ିଥିଲେ। ରାତି ୮ଟା ବେଳକୁ ସିନ୍ଦୁର, ଅଳତା ଲଗେଇ ବାହାରିଥିଲେ ମନ୍ଦିରକୁ। ତାରିଣୀ ଦେଇ ଆଖିରେ ଆଖିଏ ଲୁହ। କଥା କ’ଣ ବୋଲି ପାଖକୁ ଯାଇ ପଚାରିଲା ପରେ ସିଏ ଯାହା କହିଲା ମୁଁ ଶୁଣି ତାଟେକା ହେଇଗଲି। ବାସ୍ତବରେ ତାରିଣୀ ଦେଇର କହିବା କଥା ଏଇଆ ଥିଲା ଯେ, ତା କାଚ ସିନ୍ଦୁର ବୋଧେ ଆଉ ବଜର ହେଇ ରହିବନି। କାରଣ ମା’ ତାରିଣୀଙ୍କ ମଥାରୁ ସିନ୍ଦୁର ଖସିଛି, ଶାଢୀରେ ନିଆଁ ଲାଗିଛି ଆଉ ଲିଭିଯାଇଛି ଅଖଣ୍ଡ ଦୀପ।

ଏ କଥା ଶୁଣି ମୁଁ ମୋବାଇଲ ଘାଣ୍ଟିଲି। ଏବେ ତ ନିଉଜ୍‌ ପୋଟାର୍ଲ ହାଉଜାଉ। କାଳେ କୋଉଥିରେ ସତ କଥାଟା ବାଜୁଥିବ ବୋଲି ଅଣ୍ଡାଳିଲି, ହେଲେ କୁଆଡ଼େ କିଛି ପାଇଲିନି। ଶେଷରେ ଉପର ବର୍ଣ୍ଣିତ ଖେଚଡ଼ ଭାଇଙ୍କ କଥାକୁ ମନେ ପକାଇ ଏଇଟା ସୁଦୁ ଡାହା ମିଛ ବୋଲି ଅନୁଭବ କଲି। ଆଉ ବାସ୍ତବରେ ପରବର୍ତ୍ତୀ ସମୟରେ ମୋ ଭାବନା ସତ ବୋଲି ଜାଣିପାରିଲି।

ଏତିକି ବେଳେ କେନ୍ଦୁଝରର ଜଣେ ବନ୍ଧୁ ଫୋନ୍ କରି କହିଲେ କଥାଟା ସମ୍ପୁର୍ଣ୍ଣ ମିଛ, କେହି ଜଣେ ଗୁଜବ କରିଛି। ସୁଣି ଆଶ୍ୱସ୍ତ ହେଲି। ଆଉ ତାରିଣୀ ଦେଇକୁ କଥାଟା କହିଲି। ତତ୍‌କ୍ଷଣାତ୍‌ ଦେଇ ମୁହଁରେ ହସ ଫୁଟିଲା। ଦେଖି ଲାଗିଲା, ସତେ ଯେମିତି ମା’ ତାରିଣୀ ହସୁଛି। ଆଉ ଘଣ୍ଟାଏ ତଳେ ଦେଇର ସୁଖିଲା ମୁହଁ ଦେଖି ଲାଗୁଥିଲେ ସତରେ ମା’ ବଡ଼ ଅସହାୟ ହୋଇପଡିଛି ବୋଲି। ତାରିଣୀ ଦେଇ ଆଖିରେ ଥିଲା ଅସରାଏ ଆନନ୍ଦାଶ୍ରୁ । ବାଷ୍ପରୁଦ୍ଧ କଣ୍ଠରେ ସେ କହୁଥାଏ, ମା’କୁ ନେଇ ଥଟ୍ଟା ତାମସା କରୁଥା ଯେ, ଦିନ ଆସିବ ମା’ ବିଗିଡ଼ିଲେ ପୁଣି କାଞ୍ଚି ଲେଉଟିଯିବ



from Odisha Reporter https://ift.tt/2QFomhu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages