ମହିଳାଙ୍କ ସହ ସମ୍ପର୍କ ମାମଲାରେ ମୁହଁ ଖୋଲିଲେ ଦୈତାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ମହିଳାଙ୍କ ସହ ସମ୍ପର୍କ ମାମଲାରେ ମୁହଁ ଖୋଲିଲେ ଦୈତାରୀ

daitari

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ମହିଳା ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡାଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କରିବା ପରେ ବିବାଦରେ ଫସିଛନ୍ତି ଦୈତାରୀ। ଯାହାକୁ ନେଇ ଆଜି ସେ ସଫେଇ ଦେଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି।

ନିକଟରେ ଲତାରାଣୀ ପଣ୍ଡା ନାମକ ଜଣେ ମହିଳା ନିଜକୁ ଦୈତାରୀ ପଣ୍ଡାଙ୍କ ପତ୍ନୀ ବୋଲି ଦାବି କରିଥିଲେ। ଏହାସହ ନ୍ୟାୟ ଦାବିରେ ସେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ସହ ଲତାଙ୍କ ୨ଟି ପୁଅ ସନ୍ତାନ ଜନ୍ମ ହୋଇଥିଲେ। ଦୈତାରୀ ପଣ୍ଡା ଅନ୍ୟତ୍ର ରହୁଥିବାରୁ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ସେ ଏତଲାରେ ଲେଖିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।



from Odisha Reporter https://ift.tt/2Dd8xuK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages