
ମୁମ୍ବାଇ(ଓଡ଼ିଶା ରିପୋର୍ଟର୍): ନିଜ ବିବାହ ଅବସରରେ ଆୟୋଜିତ ପାର୍ଟିରେ ବଲିଉଡ୍ ଅଭିନେତା ରଣବୀର୍ ସିଂହ ଧୁମ୍ ନାଚିଛନ୍ତି।
ବି’ଟାଉନ୍ର ନବବିବାହିତ ଦମ୍ପତି ରଣବୀର ସିଂହ ଓ ଦୀପିକା ପାଦୁକୋନ୍ଙ୍କ ପାଇଁ ରଣବୀର୍ଙ୍କ ଭଉଣୀ ରିତିକା ଭବ୍ନାନି ଶନିବାର ରାତିରେ ମୁମ୍ବାଇର ହୋଟେଲ୍ ‘ଗ୍ରାଣ୍ଡ୍ ହାୟଟ୍’ରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଅଭିନେତା ରଣବୀର୍ ଡିଜାଇନର୍ ମନୀଷ୍ ଅରୋରାଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍ ପିନ୍ଧି ନିଜେ ନାଚୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ପତ୍ନୀ ଦୀପିକା ପାଦୁକୋନ୍ ମଧ୍ୟ ରଣବୀର୍ଙ୍କ ଉତ୍ସାହିତ କରିବା ସହ ତାଙ୍କ ସାଥିରେ ପାଦ ମିଶାଉଥିବା ମଧ୍ୟ ଦେଖାଯାଇଛି।
ଉଭୟ ରଣବୀର୍ ଓ ଦୀପିକା ଚଳିତ ୧୪ ଓ ୧୫ ତାରିଖରେ ଇଟାଲୀର ଲେକ୍ କୋମୋରେ ବିବାହ କରିଛନ୍ତି।
from Odisha Reporter https://ift.tt/2Rd4dQj
No comments:
Post a Comment