
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ସ୍ଥିତି ରକ୍ଷା ପାଇଁ ବିଜେଡି ସରକାର ସବୁ ନୀତି, ନିୟମ ଓ ଆଦର୍ଶକୁ ଜଳାଞ୍ଜଳି ଦେବାରେ ଲାଗିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।ଏକ ପ୍ରେସ୍ ରିଲିଜ୍ ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ୩ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କୁ ସେଠାରୁ ଅବ୍ୟାହତି ଦିଆଯାଇ ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତ କରାଗଲା। ସେହିପରି ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ସେଠାରୁ ଅପସାରଣ କରାଯାଇ ମହିଳା ବିଜେଡି ସଭାନେତ୍ରୀ କରାଯାଇଛି। ରାଜ୍ୟ କୋଠାବାଡ଼ି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ସୁବାସ ସିଂଙ୍କ କାର୍ଯ୍ୟକାଳ ପ୍ରାୟ ୭ମାସ ହେଲା ସରିଥିଲେ ଥିଲେ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇନି।
ସୁପ୍ରିମକୋର୍ଟଙ୍କ ତାଗିଦ୍ ସତ୍ୱେ ଲୋକପାଳ ଗଠନ ଦିଗରେ ବିଜେଡି ସରକାର ଆଦୌ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି। ଏହି ପ୍ରକ୍ରିୟା ଏବେ ମନ୍ଥର ଗତିରେ ଚାଲିଛି। ଏହା ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଉପହାସ ଭଳି ଲାଗୁଛି।
ବିକାଶର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ସମୟରେ ଶିଶୁ ବିକାଶ ଯୋଜନା ପ୍ରହସନରେ ପରିଣତ ହୋଇଛି। ଛାତ୍ରଛାତ୍ରୀଙ୍କୁ ପୋଷାକ, ସାଇକେଲ, ଲ୍ୟାପଟପ୍ ବାଣ୍ଟି ପ୍ରଶଂସା ଗୋଟାଇବାକୁ ଚେଷ୍ଟା କରୁଥିବା ବିଜେଡି ସରକାର ତୃଣମୂଳସ୍ତର ପ୍ରତି ଆଖିବୁଜି ଦେଇଛି। ରାଜ୍ୟରେ ପ୍ରାୟ ୭୧ହଜାର ଅଙ୍ଗନୱାଡ଼ି କେନ୍ଦ୍ର ଥିବାବେଳେ ଅର୍ଦ୍ଧେକର ନିଜସ୍ୱ ଗୃହ ନାହିଁ। ଏସବୁ କୌଣସି ବ୍ୟକ୍ତିଙ୍କ ଘର ବାରଣ୍ଡାରେ, ମନ୍ଦିର, କୋଠଘର ଅଥବା ଖୋଲା ସ୍ଥାନରେ ଚାଲିଛି। ଅନ୍ୟପକ୍ଷରେ ଆବଶ୍ୟକ ପିଲା ହେଉନଥିବା ଆଳ ଦେଖାଇ ଶତାଧିକ ପ୍ରାଥମିକ ସ୍କୁଲକୁ ବନ୍ଦ କରିଦିଆଯାଉଛି। ଏଥିରୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ଦିଗରେ ସରକାର କେତେ ଯତ୍ନବାନ ତାହା ଜଣାପଡ଼ୁଛି।
ଜନକଲ୍ୟାଣ ପାଇଁ ରହିଥିବା ବ୍ୟବସ୍ଥା ପ୍ରତି ଚରମ ଅବହେଳା କରି ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2Fv9sJM
No comments:
Post a Comment