ବିଜେପି ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବୟାନ: ଜାମା ମସଜିଦ୍‌ ଭାଙ୍ଗିବାକୁ ପ୍ରବର୍ତ୍ତାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ବିଜେପି ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବୟାନ: ଜାମା ମସଜିଦ୍‌ ଭାଙ୍ଗିବାକୁ ପ୍ରବର୍ତ୍ତାଇଲେ

ଉନ୍ନାଓ: ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁତ୍ୱବାଦ ସଂଗଠନ ଗୁଡ଼ିକ ଦେଖିଥିବା ସ୍ୱପ୍ନ ଏଯାଏ ସାକାର ରୂପ ନେଇନି। ହେଲେ ବିଜେପି ସାଂସଦ ସାକ୍ଷୀ ମହାରାଜ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲାଭଳି ବୟାନ ଦେଇଛନ୍ତି।

ସେ କହିଛନ୍ତି, ହିନ୍ଦୁ ମନ୍ଦିରଗୁଡ଼ିକ ଭଙ୍ଗା ଯାଇ ଦିଲ୍ଲୀରେ ଥିବା ଜାମା ମସଜିଦ୍‌ ନିର୍ମାଣ ହୋଇଛି। ତେଣୁ ଏହାକୁ ଭାଙ୍ଗିବା ଦରକାର। ଏହା ଭାଙ୍ଗିଲେ, ଏଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି ପ୍ରମାଣ ମିଳିବ।
ସାକ୍ଷୀ ମହାରାଜଙ୍କ ଏଭଳି ବୟାନ ନୂଆ ବିବାଦ ସୃଷ୍ଟି କରିଛି।

ଉତ୍ତର ପ୍ରଦେଶର ଉନ୍ନାଓଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ସାକ୍ଷୀ ମହାରାଜ କହିଛନ୍ତି, “ ରାଜନୀତିରେ ପ୍ରବେଶ କରିବା ପରେ ମୁଁ ପ୍ରଥମଥର ମଥୁରାରେ ଭାଷଣ ଦେଇଥିଲି। ସେତେବେଳେ ମୁଁ କହିଥିଲି, ଆପଣମାନେ ଅଯୋଧ୍ୟା, ମଥୁରା ଓ କାଶି କଥା ଛାଡ଼ନ୍ତୁ, ଆପଣମାନେ ଯଦି ଦିଲ୍ଲୀରେ ଥିବା ଜାମା ମସଜିଦ୍‌କୁ ଭାଙ୍ଗିବେ, ତା’ହେଲେ ତାହା ତଳୁ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତିର ଭଗ୍ନାଂବଶେଷ ମିଳିବ। ଯଦି ଏପରି ପ୍ରମାଣ ନ ମିଳିବ, ତା’ହେଲେ ମୋତେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ।”

ବିଜେପିର ଏହି ସାଂସଦ ଜଣଙ୍କ ଆହୁରି କହିଛନ୍ତି, ମୋଗଲ ଶାସକମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରକୁ ଭାଙ୍ଗି ଦେଇଥିଲେ। ମନ୍ଦିର ରହିଥିବା ସ୍ଥାନଗୁଡ଼ିକରେ ୩ ହଜାର ମସଜିଦ୍‌ ନିର୍ମାଣ କରିଥିଲେ। ହିନ୍ଦୁମାନଙ୍କୁ ଏଠାରୁ ହଟାଇବାକୁ ଏଭଳି କରାଯାଇଥିଲା ବୋଲି ସେ କହିଛନ୍ତି।

ଭାରତର ଅନ୍ୟତମ ସର୍ବବୃହତ ଜାମା ମସଜିଦ୍‌କୁ ମୋଗଲ ସମ୍ରାଟ ଶାହା ଜାହାନ ୧୬୪୪ରୁ ୧୬୬୫ ମଧ୍ୟରେ ନିର୍ମାଣ କରିଥିବା ଇତିହାସରେ ବର୍ଣ୍ଣିତ ରହିଛି।
ଗୋଟିଏ ପଟେ ଏକାଧିକ ହିନ୍ଦୁ ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରୁଥିବା ବେଳେ ସାକ୍ଷୀ ମହାରାଜ ଜାମା ମସଜିଦ୍‌ ଉପରେ ଏଭଳି ବୟାନ ଦେଇଛନ୍ତି।
ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାପ ସୃଷ୍ଟି କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ଶିବସେନା ପକ୍ଷରୁ ବିଶାଳ ସମାବେଶ କରାଯିବ। ଏଥିରେ ୨ ଲକ୍ଷରୁ ଅଧିକ ଲୋକ ଯୋଗଦେବେ ବୋଲି କୁହାଯାଉଛି। ଏଥିପାଇଁ ସମଗ୍ର ଅଯୋଧ୍ୟାରେ ହାଇଆଲର୍ଟ ଜାରି କରାଯାଇଛି।

୧୯୯୨ରେ ଏଭଳି ଏକ ସମାବେଶ କରି ହିନ୍ଦୁ ସଂଗଠନ ପକ୍ଷରୁ ବାବ୍ରୀ ମସଜିଦ୍‌କୁ ଭାଙ୍ଗି ଦିଆଯାଇଥିଲା, ଯାହାକୁ ନେଇ ପରବର୍ତ୍ତୀ ଅବସ୍ଥାରେ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିର ଏଭଳି ପରିସ୍ଥିତି ଯେମିତି ନ ଉପୁଜିବ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।



from Odisha Reporter https://ift.tt/2PN6qFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages