ମାଡ଼ି ଆସୁଛି ମି-ଟୁ ଭୂତ : ଜାଲରେ ଦୈତାରୀ, ଆଗକୁ କାହାପାଳି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମାଡ଼ି ଆସୁଛି ମି-ଟୁ ଭୂତ : ଜାଲରେ ଦୈତାରୀ, ଆଗକୁ କାହାପାଳି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କିଛି ମାସ ତଳେ କାଷ୍ଟିଂ କାଉଚ୍‌ ଅଭିଯୋଗ ବେଶ ଚହଳ ସୃଷ୍ଟି କରିଥିଲା। ଏବେ ତା’ର ଜାଗା ‘ମି-ଟୁ’ ନେଇଛି। ଭାଇରସ ପରି ମାଡ଼ି ଯାଉଛି ମି-ଟୁ ଅଭିଯାନ। ଦେଶ ଭିତରେ ପ୍ରଥମେ ବଲିଉଡ୍‌ରୁ ଆରମ୍ଭ ହୋଇଥିବା ଏହି ଝଡ଼ ଭାୟା ଓଲିଉଡ୍‌ ଦେଇ ଜଲିଉଡ୍‌ରେ ପ୍ରବେଶ କରିଛି। ସହମତିରେ ଭିତ୍ତିରେ ହେଉ କି ଜବରଦସ୍ତିରେ ହେଉ ଇଜ୍ଜତ ସହ ହୋଇଥିବା ସୌଦାର ମି-ଟୁ ଏବେ ହିସାବ-ନିକାସ କରୁଛି। ଏହି ବିବାଦରେ ଏବେ ଯାତ୍ରା ଜଗତର ବାଦ୍‌ଶାହା ଦୈତାରୀ ପଣ୍ଡା ଫସିଛନ୍ତି। 
ଯାତ୍ରା ଜଗତର ବିଗତ ଦିନର ଅଭିନେତ୍ରୀ ଲତା ପଣ୍ଡା ଦୈତାରୀ ପଣ୍ଡାଙ୍କ ନାମରେ ଆଣିଛନ୍ତି ସଙ୍ଗିନ୍‌ ଅଭିଯୋଗ। ଲତାଙ୍କ ଅଭିଯୋଗ ଅନୁଯାୟୀ, ସେ ୨୯ ବର୍ଷ ତଳେ ପୁରୀ ଶ୍ରୀମନ୍ଦିରରେ ଦୈତାରୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପାଣିରେ ବୁଡ଼ି ମରି ଯାଇଛନ୍ତି। ଯାତ୍ରାରେ ଅଭିନୟ କରୁଥିବା ବେଳେ ତାଙ୍କର ଦୈତାରୀ ପଣ୍ଡାଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହା ପରେ ସେମାନେ ବିବାହ କରିଥିଲେ। ହେଲେ ଦୀର୍ଘ ଦିନ ଧରି ଲତା ନିଜର ପୁଅ ସହ ଏକା ରହୁଥିବା ବେଳେ ଦୈତାରୀ ତାଙ୍କୁ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି। 
 
ଅବଶ୍ୟ ଏହି ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି ଦୈତାରୀ। ସେ କହିଛନ୍ତି ତାଙ୍କ ନାମରେ ଏ ସବୁ ମିଛ ଅଭିଯୋଗ ପ୍ରଚାର କରାଯାଉଛି। ସେ ସେମିତି କୌଣସି ମହିଳାଙ୍କୁ ଚିହ୍ନିନାହାନ୍ତି ବୋଲି କହିଛନ୍ତି।
 
ମି-ଟୁ ଅଭିଯାନ ପୂର୍ବରୁ କାଷ୍ଟିଂ କାଉଚ୍‌ ବେଶ ହଇଚଇ ସୃଷ୍ଟି କରିଥିଲା। ବଲିଉଡ୍‌ ଭଳି ଓଲିଉଡ୍‌ରେ ମଧ୍ୟ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଥିଲା। ହାସ୍ୟ ଅଭିନେତା ପପ୍ପୁ ପମ୍‌ପମ୍, ନିର୍ଦ୍ଦେଶକ ଚଣ୍ଡୀ ପରିଜା, ତାପସ ସରଘରିଆ, ପ୍ରଯୋଜକ ବିନି ସାମଲଙ୍କ ନାମରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଥିଲା। ଓଡ଼ିଆର ଗୋଟେ ଢଗ ଅଛି- ‘ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି।’ ଏବେ ମି-ଟୁ ଅଭିଯାନକୁ ଦେଖିଲେ ଠିକ୍‌ ସେମିତି ମନେ ହେଉଛି। ତେବେ ଏହି ମି-ଟୁ ଭୂତ ଆଗକୁ କାହାକୁ କାହାକୁ ମାଡ଼ି ବସୁଛି ତାହା ଦେଖିବାକୁ ବାକି ରହିଲା।


from Odisha Reporter https://ift.tt/2zOEupM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages