ସିବିଆଇ ମହାକଳି: ୧୪ ଯାଏ ଗିରଫ ହୋଇପାରିବେ ନାହିଁ ଆସ୍ଥାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ସିବିଆଇ ମହାକଳି: ୧୪ ଯାଏ ଗିରଫ ହୋଇପାରିବେ ନାହିଁ ଆସ୍ଥାନା

ନୂଆଦିଲ୍ଲୀ: ସିବିଆଇ ମହାକଳିକୁ ନେଇ ଆରମ୍ଭ ହୋଇଥିବା ଆଇନଗତ ଲଢ଼େଇ ବର୍ତ୍ତମାନ ତୀବ୍ରତର ହୋଇଛି। ସିବିଆଇ ତା’ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ବିରୋଧରେ ରୁଜୁ କରିଥିବା ଏଫ୍‌ଆଇଆର୍‌ ସମ୍ପର୍କରେ ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ଶେଷ ହୋଇଛି। ଶ୍ରୀ ଆସ୍ଥାନା ତାଙ୍କ ବିରୋଧରେ ରୁଜୁ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଆବେଦନ କରିଥିଲେ ହେଁ କୋର୍ଟ ଏ ସଂକ୍ରାନ୍ତରେ କୌଣସି ଶୁଣାଣି କରିନାହାନ୍ତି।
ତେବେ ନଭେମ୍ବର ୧୪ ଯାଏ ଆସ୍ଥାନାଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ଏବଂ ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଆସିଥିବା ଲାଞ୍ଚ ମାମଲା ତଦନ୍ତର ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ରେ କରାଯିବ।

ଅନ୍ୟପକ୍ଷରେ ସିବିଆଇ ଆଜିର ଶୁଣାଣି ବେଳେ ଆସ୍ଥାନା ଏଫ୍‌ଆଇଆର୍‌ ରଦ୍ଦ ନେଇ କରିଥିବା ଆବେଦନକୁ ସିବିଆଇ ବିରୋଧ କରିଥିଲା। ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ତଦନ୍ତରୁ ମିଳିଥିବା ପ୍ରମାଣ ଅନୁଯାୟୀ ଏହା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ତାଙ୍କ ଆବେଦନକୁ ଖାରଜ କରାଯାଉ ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା।
ସେହିପରି ସିବିଆଇର ଅତିରିକ୍ତ ଏସ୍‌ପି ଏସ୍‌ଏସ୍‌ ଗ୍ରୁମ୍‌ ଗତକାଲି ଦିଲ୍ଲୀ ହାଇକୋର୍ଟରେ ଆସ୍ଥାନାଙ୍କ ବିରୋଧରେ କରିଥିବା ଆବେଦନକୁ ଆଜି ଉଭୟ ସିବିଆଇ ଓ ଆସ୍ଥାନାଙ୍କ ଓକିଲ ବିରୋଧ କରିଥିଲେ।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅକ୍ଟୋବର ୨୩ରୁ ନେଭମ୍ବର ୧ ଯାଏ ମାମଲାର ସ୍ଥିତାବସ୍ଥା ବଜାୟୀ ରଖିବା ସହ ଆସ୍ଥାନାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଥିଲେ।



from Odisha Reporter https://ift.tt/2EVaePQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages