ଏମ୍‌ସ ଛାଡ଼ି ଗାଁକୁ ଫେରିପାରନ୍ତି ଜଗା କାଳିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଏମ୍‌ସ ଛାଡ଼ି ଗାଁକୁ ଫେରିପାରନ୍ତି ଜଗା କାଳିଆ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଆ। ଗାଁକୁ ଫେରିବାକୁ ମନ ବଳାଇଛନ୍ତି ଜଗା କାଳିଆଙ୍କ ବାପା ଓ ମାଆ। ଅପରେସନ୍‌ ପରେ ଯୋଡ଼ାମୁଣ୍ଡ ଦୁଇ ଶିଶୁ ଅଲଗା ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଘରକୁ ଫେରିବା ପାଇଁ ଏବେ ଜଗା କାଳିଆଙ୍କ ବାପା ଭୂୟାଁ କହଁର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଲାଗି ସେ ଅନୁରୋଧ କରିଛନ୍ତି। ବର୍ଷେ ୪ ମାସ ହେଲା ସେ ନିଜ ଗାଁ ଦେଖି ନାହାନ୍ତି ବୋଲି କହିଛନ୍ତି ଭୂୟାଁ କହଁର।

କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଏହି ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ନେଇ ପ୍ରଥମେ ଖବର ଓଟିଭିରେ ପ୍ରସାରଣ ହୋଇଥିଲା। ଏହାପରେ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ପରେ ଦିଲ୍ଲୀ ଏମ୍‌ସରେ ଉଭୟଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପର୍ଯ୍ୟାୟକ୍ରମେ ଅପରେସନ୍ ପରେ ଉଭୟଙ୍କୁ ପରସ୍ପରଠାରୁ ଅଲଗା କରାଯାଇଥିଲା।



from Odisha Reporter https://ift.tt/2DgupGi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages