କିଙ୍ଗ୍‌ ଖାନ୍‌ଙ୍କ ପାଇଁ ଏହା ହେଉଛି ଅବଶୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

କିଙ୍ଗ୍‌ ଖାନ୍‌ଙ୍କ ପାଇଁ ଏହା ହେଉଛି ଅବଶୋଷ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ଙ୍କର ଦେଶ ଓ ବାହାରେ କୋଟି କୋଟି ଫ୍ୟାନ୍‌। ତାଙ୍କର ଅନେକ ଦିୱାନା ବି ଅଛନ୍ତି। ଉଭୟ ପର୍ସନାଲ୍‌ ଓ ପ୍ରଫେସନାଲ୍ ଲାଇଫ୍ ବି ତାଙ୍କର ଖୁବ୍‌ ଭଲରେ ଚାଲିଛି। ତେଣୁ ଆପଣ ନିଶ୍ଚୟ ଭାବୁଥିବେ ଯେ ‘କିଙ୍ଗ୍‌ ଖାନ୍‌’ଙ୍କ ଜୀବନରେ ଆଉ କିଛି ଅବଶୋଷ ନ ଥିବ। କିନ୍ତୁ ସେପରି ନୁହେଁ। ଆସନ୍ତୁ ଜାଣିବା, କ’ଣ ରହିଛି ଶାହାରୁଖ୍‌ଙ୍କ ଅବଶୋଷ।

ଶାହାରୁଖ୍‌ଙ୍କ ଅବଶୋଷ ହେଉଛି ଯେ ଆଜି ଯାଏ ତାଙ୍କୁ ନିଜ ଫିଲ୍ମ ପାଇଁ କେବେ ବି ନ୍ୟାସ୍‌ନାଲ୍‌ ଆୱାର୍ଡ୍‌ ମିଳିନାହିଁ। ଏହା ଛଡ଼ା ତାଙ୍କର କୌଣସି ଫିଲ୍ମ କୋଲକାତାରେ ହେଉଥିବା ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଭଳି ଇଭେଣ୍ଟରେ ସ୍ଥାନ ପାଇ ପାରିନାହିଁ।
କୋଲକାତାର ନେତାଜୀ ଇନ୍ଦୋର ଷ୍ଟାଡିଅମ୍‌ରେ ଆଯୋଜିତ ୨୦୧୮ର ଇଣ୍ଟର୍‌ନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଅନ୍ୟତମ ଅତିଥି ଭାବେ ଯୋଗ ଦେବା ଅବସରରେ ଶାହାରୁଖ୍‌ ଏହା କହିଥିଲେ। କିଙ୍ଗ୍‌ ଖାନ୍‌ କହିଥିଲେ ଯେ, ‘‘ମୋତେ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଡ୍ୟାନ୍ସ କରିବା ହେଉ ଅବା କିଛି କହିବା ପାଇଁ ଆମନ୍ତ୍ରଣ କରାଯାଇଥାଏ।” ଦେଶର ଅନ୍ୟତମ  ପୁରୁଣା ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରାୟ ୧୦ ହଜାର ଲୋକଙ୍କ ଭିଡ଼ରେ ଶାହାରୁଖ୍ କହିଥିଲେ, ‘‘ ମୁଁ ୭୦ରୁ ଅଧିକ ଫିଲ୍ମ କରିଛି।  କିନ୍ତୁ ଏଠାରେ ଆୱାର୍ଡ୍‌ ପାଇଁ ମୋତେ ଡକାଯାଏ ନାହିଁ। ଏହାର ଏକ କାରଣ ବି ଅଛି । ତାହା ହେଉଚି ମୁଁ ବେଶି ଇଣ୍ଟେଲିଜେଣ୍ଟ୍‌ ନୁହେଁ, ନା ମୁଁ ବହୁତ୍‌ ସ୍ମାର୍ଟ୍‌।’’

ସୂଚନାଯୋଗ୍ୟ, ଶାହାରୁଖ୍‌ଙ୍କ ଫିଲ୍ମ ‘ଜିରୋ’ର ଟ୍ରେଲର କୋଲକାତାରେ ଆୟୋଜିତ ଏହି ଇଣ୍ଟର୍‌ନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଛି।



from Odisha Reporter https://ift.tt/2OAXwp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages