ହାତୀ ମୃତ୍ୟୁ ମାମଲାରେ ଏନ୍‌ଜିଟିର ତଦନ୍ତ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ହାତୀ ମୃତ୍ୟୁ ମାମଲାରେ ଏନ୍‌ଜିଟିର ତଦନ୍ତ ଆରମ୍ଭ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ କମଳାଙ୍ଗରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT)ର ୪ ଜଣିଆ ଦଳ। ଏହି ସମୟରେ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅକ୍ଟୋବର ୨୭ ତାରିଖରେ କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ରାଜ୍ୟ ସରକାର ଗତ ୨୮ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ପ୍ରଭାକର ଓ ଗିରିଶଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ସେହିପରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କୁ ବହିଷ୍କାର କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ସସ୍‌ପେଣ୍ଡ୍ କରାଯାଇଛି।



from Odisha Reporter https://ift.tt/2RS0YOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages