ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କ ଘାତକ ବୋଲିଂ, ତ୍ରିପୁରା ୧୨୨ରେ ଅଟକିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କ ଘାତକ ବୋଲିଂ, ତ୍ରିପୁରା ୧୨୨ରେ ଅଟକିଲା

ଭୁବନେଶ୍ୱର: ଟିମ୍‌ ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲିଂ ଆଗରେ ତ୍ରିପୁରା ଦଳ ଏକ ପ୍ରକାରର ଆତ୍ମସମର୍ପଣ କରିଛି। ସୂର୍ଯ୍ୟକାନ୍ତଙ୍କ ୭ ୱିକେଟ୍‌ ଦଖଲ ବଳରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଚତୁର୍ଥ ପର୍ଯ୍ୟାୟର ଏକ ମୁକାବିଲାରେ ଓଡ଼ିଶା ତ୍ରିପୁରାର ପ୍ରଥମ ଇନିଂସ୍‌କୁ ମାତ୍ର ୧୨୨ ରନ୍‌ରେ ଅଟକାଇ ଦେଇଛି।

ସୂର୍ଯ୍ୟକାନ୍ତ ମାତ୍ର ୪୦ ରନ୍ ଦେଇ ୭ ୱିକେଟ୍ ନେଇଛନ୍ତି। ଏହାର ଜବାବରେ ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୦୧ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶୁଭ୍ରାଂଶୁ ସେନାପତି ୩୬ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୯ ରନ୍ କରି ଅପରାଜିତ ରହିଥିଲେ।

ପେସ୍ ବୋଲରଙ୍କୁ ସୁହାଉଥିବା ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍ ଜିତି ପ୍ରଥମେ ତ୍ରିପୁରାକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଆରମ୍ଭରୁ ସୂର୍ଯ୍ୟକାନ୍ତ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ।

ହେଲେ ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ ଅଭିଜ୍ଞ ବୋଲର ବସନ୍ତ ମହାନ୍ତି। ବସନ୍ତ ତ୍ରିପୁରାର ଓପନର ଉଦୟନ ବୋଷଙ୍କୁ ଖାତା ଖୋଲିବା ପୂର୍ବରୁ କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ସୂର୍ଯ୍ୟକାନ୍ତଙ୍କ ବୋଲିଂ ଆଗରେ ତ୍ରିପୁରା ବ୍ୟାଟିଂ ଲାଇନ୍‌ଅପ୍‌ ଏକପ୍ରକାରର ଆତ୍ମସମର୍ପଣ କରିଦେଇଥିଲା।

ତ୍ରିପୁରା ପକ୍ଷରୁ ପ୍ରତ୍ୟୁଷ ସିଂହ ସର୍ବାଧିକ ୪୩ ରନ୍ କରିଥିବା ବେଳେ ରାଣା ଦତ୍ତା ୨୪, ନିନାଦ କଦମ ୧୩ କରି ଆଉଟ୍ ହୋଇଥିଲେ। ଦଳର ମାତ୍ର ୪ ଜଣ ଖେଳାଳି ହିଁ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ୭ଟି ୱିକେଟ୍‌ ନେଇଥିବା ବେଳେ ବସନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।

ତ୍ରିପୁରାର ୧୨୨ ରନ୍‌ର ଜବାବରେ ଓଡ଼ିଶା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ଅନୁରାଗ ଷଡ଼ଙ୍ଗୀ ଇନିଂସ୍‌ର ତୃତୀୟ ବଲ୍‌ରେ ମଣିଶଙ୍କର ମୁରାସିଂହଙ୍କ ଶିକାର ହୋଇଥିଲେ। ଏହାପରେ ଗୋବିନ୍ଦ ପୋଦ୍ଦାର ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ମୁରାସିଂହ ଆଉଟ୍‌ କରିଥିଲେ।

ତେବେ ଅନ୍ୟତମ ଓପନର ରାଜେଶ ଧୂପର କିଛି ସମୟ ଲଢ଼େଇ କରିଥିଲେ ହେଁ ୩୧ ରନ୍ କରି ଆଉଟ୍ ହୋଇଥିଲେ। ୬୧ ରନ୍‌ରେ ୩ ୱିକେଟ୍‌ ହରାଇଥିବା ଟିମ୍‌ ଓଡ଼ିଶା ପାଇଁ ଶୁଭ୍ରାଂଶୁ ଓ ବିପ୍ଳବ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୪୦ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ତ୍ରିପୁରା ପକ୍ଷରୁ ମୁରାସିଂହ ୨ଟି ଓ ଅଜୟ ସରକାର ଗୋଟିଏ ୱିକେଟ୍ ନେଇଛନ୍ତି ।

 



from Odisha Reporter https://ift.tt/2zs4oQL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages