ପିଠିରେ ଦରଜ ହେଉଛି କି, ଆପଣାନ୍ତୁ ଏହି ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ପିଠିରେ ଦରଜ ହେଉଛି କି, ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ପିଠିରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ବିଶେଷ କରି ନିୟମିତ ଅଫିସ୍‌ ଯାଉଥିବା ଲୋକଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଅଫିସ୍‌ରେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସିବା ଯୋଗୁ ପିଠିରେ ଯନ୍ତ୍ରଣା ହୋଇଥାଏ। କେବଳ ଏତିକି ନୁହେଁ, ଉଠିବା ଓ ବସିବାରେ ଭୁଲ ଶୈଳୀ ଯୋଗୁ ମଧ୍ୟ ପିଠି ଦରଜ ହୋଇଥାଏ। ଏହାଛଡ଼ା ମାନସିକ ଅବସାଦ ଦେଉଥିବା କାମ, ଗର୍ଭାବସ୍ଥା, ନିଶାଦ୍ରବ୍ୟ ସେବନ, ଅନିୟମିତ ନିଦ୍ରା, ମୋଟାପଣ ଏବଂ ଅତ୍ୟଧିକ ଶାରୀରିକ ପରିଶ୍ରମ ଯୋଗୁ ମଧ୍ୟ ପିଠିରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏହି ଯନ୍ତ୍ରଣା ବେଳେବେଳେ କଷ୍ଟଦାୟକ ହେବା ସହ ଗମ୍ଭୀର ରୂପ ମଧ୍ୟ ନେଇଥାଏ।

ବିଶେଷଜ୍ଞଙ୍କ ଅନୁସାରେ ଆମ ପିଠିର ହାଡ଼, ମାଂସପେଶୀ ଏବଂ ଲିଗାମେଣ୍ଟସ୍ କିପରି କାମ କରୁଛି ଏବଂ କିଭଳି ଭାବେ ପରସ୍ପର ସହ ସଂଯୁକ୍ତ ହୋଇ ରହିଛି, ତାହା ଉପରେ ପିଠିରେ ଯନ୍ତ୍ରଣା ହେବା ନିର୍ଭର କରିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ବତାଇବୁ।

ସଠିକ୍ ଭାବେ ବସିବା: 

ଆପଣ ଯେତେବେଳେ ବି ଯେଉଁଠି ବସୁଛନ୍ତି, ନିଜ ବସିବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ। ଅଧିକ ସମୟ ପାଇଁ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ମଧିରେ ମଝିରେ ଟିକେ ଚଲାବୁଲା କରନ୍ତୁ। ବସିବା ବେଳେ କୁଜା ନ ହୋଇ ସିଧା ହୋଇ ବସନ୍ତୁ। ଏହା ବ୍ୟତୀତ ଧ୍ୟାନ ଦେବେ ଯେ ଯେଉଁ ଆସନ ଉପରେ ବସୁଛନ୍ତି, ତାହା ଯେମିତି ଆରାମଦାୟକ ହୋଇଥିବ।

ଉତ୍ତମ ଖାଦ୍ୟ:

ଉତ୍ତମ ଓ ପୁଷ୍ଟିକର ଖାଦ୍ୟ କେବଳ ଶରୀରକୁ ସୁସ୍ଥ କରେ, ତାହା ନୁହେଁ ବରଂ ଓଜନକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ। କାରଣ ଓଜନ ବଢ଼ିଲେ ପିଠି ଓ ଅଣ୍ଟାରେ ଯନ୍ତ୍ରଣା ଦେଖାଦେଇଥାଏ। ତେଣୁ ଶରୀର ଉପରେ ଯେମିତି ଅତିରିକ୍ତ ପ୍ରଭାବ ନ ପଡ଼ିବ, ସେଥିପାଇଁ ସବୁବେଳେ ଉତ୍ତମ ଖାଦ୍ୟ ଖାଇବା ଉଚିତ୍। ଯେତେଦୂର ସମ୍ଭବ ତେଲଭାଜି ଓ ଫାଷ୍ଟଫୁଡ୍‌ ଖାଇବା କମ୍‌ କରନ୍ତୁ।

ନିୟମିତ ବ୍ୟାୟାମ:

ପ୍ରତିଦିନ ବ୍ୟାୟମ କଲେ, ଶରୀର ଫିଟ୍ ରହିବା ସହି ପିଠି ଓ ଅଣ୍ଟାରେ ଯନ୍ତ୍ରଣାରୁ ମୁକ୍ତି ସାଙ୍ଗକୁ ଆହୁରି ଅନେକ ରୋଗରୁ ସହଜରେ ସୁରକ୍ଷା ମିଳିବ। ପିଠି ଯନ୍ତରଣାରୁ ମୁକ୍ତି ପାଇବାକୁ ବ୍ୟାୟାମ ହେଉଛି ସବୁଠୁ ଉତ୍କୃଷ୍ଟ ଉପାୟ।

ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ: 

ନିଶାଦ୍ରବ୍ୟ ସେବନ ଦ୍ୱାରା ମଧ୍ୟ ପିଠିରେ ଦରଜ ହୋଇଥାଏ। ବିଶେଷ କରି ଅତ୍ୟଧିକ ଧୂମପାନ ଦ୍ୱାରା ପିଠିରେ ଯନ୍ତ୍ରଣା ବଢ଼ିଥାଏ। କେବଳ ଏତିକି ନୁହେଁ, ଧୂମପାନ ଶରୀରରେ କ୍ୟାନସର ଜୀବାଣୁ ସୃଷ୍ଟି କରେ। ତେଣୁ ଯେତେ ସମ୍ଭବ ନିଶାଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।

ଅତ୍ୟଧିକ ଦୁଃଚିନ୍ତାରୁ ତ୍ୟାଗ କରନ୍ତୁ: 

ସବୁବେଳେ ଅଯଥା ଚିନ୍ତା କରନ୍ତୁ ନାହିଁ। ଏହା ଦ୍ୱାରା ଆପଣ ମାନସିକ ଅବସାଦକୁ ନିୟନ୍ତ୍ରଣ କରିପାରିବେ। କାରଣ ମାନସିକ ଅବସାଦ ପିଠି ଓ ଅଣ୍ଟାରେ ଯନ୍ତ୍ରଣା ସୃଷ୍ଟି କରିବାରେ ଏକ ମୁଖ୍ୟ କାରଣ। ପ୍ରତ୍ୟେକ ଦିନ ଯୋଗ, ପ୍ରାଣାୟମ ଓ ଧ୍ୟାନ କରନ୍ତୁ। ଏହା ଦ୍ୱାରା ମାନସିକ ଅବସାଦ କମ୍ ହୋଇଯିବ ଏବଂ ପିଠିରେ ଯନ୍ତ୍ରଣା ମଧ୍ୟ ଦୂରେଇ ଯିବ।



from Odisha Reporter https://ift.tt/2SMQT6C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages