ଗୋଟିଏ ଯୁବତୀ ଦେଖାଇଲେ ରୋନାଲ୍ଡୋ, ମେସି, ନେମାର ଓ ପୋଗବାଙ୍କ ପେନାଲ୍ଟି ଶଟ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଗୋଟିଏ ଯୁବତୀ ଦେଖାଇଲେ ରୋନାଲ୍ଡୋ, ମେସି, ନେମାର ଓ ପୋଗବାଙ୍କ ପେନାଲ୍ଟି ଶଟ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସି, ନେମାର ଓ ପାଉଲ ପୋଗବାଙ୍କ ଅନେକ ଫ୍ୟାନ୍‌ ଅଛନ୍ତି। ଏହି ୪ ଖେଳାଳି ସେମାନଙ୍କ ନିଆର ଷ୍ଟାଇଲ୍‌ ପାଇଁ ବେଶ ଚର୍ଚ୍ଚିତ। ତେବେ ଜଣେ ଅଜବ ଫୁଟବଲ ଫ୍ୟାନ୍‌ଙ୍କ ଗଜବ ହରକତର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ୪ ଜଣ ଖେଳାଳି କେମିତି ପେନାଲ୍ଟି ଶଟ୍‌ ମାରନ୍ତି, ତା’ର ନକଲ ଜଣେ ଯୁବତୀ କରି ଦେଖାଇଛନ୍ତି। ଯୁବତୀ ଜଣଙ୍କ ଯେଉଁଭଳି ପେନାଲ୍ଟି ଶଟ୍‌ ମାରୁଛନ୍ତି, ତାକୁ ଦେଖିଲେ ଆପଣ ନିଶ୍ଚିତ ନିଜ ହସକୁ ସମ୍ଭାଳି ପାରିବେ ନାହିଁ।

ପ୍ରଥମେ ସେ ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡୋ, ପରେ ଆର୍ଜେଣ୍ଟିନା ଅଧିନାୟକ ମେସି, ଏହାପରେ ଫ୍ରାନ୍ସର ଷ୍ଟାର ଖେଳାଳି ପୋଗବା ଓ ଶେଷରେ ନେମାରଙ୍କ ପେନାଲ୍ଟ ଶୁଟ୍‌ର ନକଲ କରୁଛନ୍ତି।

ଗୋଲ କରିବା ପରେ ଏହି ଖେଳାଳିମାନେ ଯେଉଁଭଳି ଉତ୍ସବ ମନାନ୍ତି, ତା’ର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ରହିଛି। ଏଥିସହ ନେମାର କେମିନ୍ତି ଆହତ ହେବା ବେଳେ ଅଭିନୟ କରନ୍ତି, ସେକଥା ମଧ୍ୟ ଯୁବତୀ ଜଣଙ୍କ କରି ଦେଖାଇଛନ୍ତି।



from Odisha Reporter https://ift.tt/2P36RX8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages