କାହିଁକି ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ ତେଜ ପ୍ରତାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

କାହିଁକି ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ ତେଜ ପ୍ରତାପ

ପାଟନା: ବାହାଘର ୬ ମାସ ପରେ ହଠାତ୍‌ ଏମିତି କ’ଣ ହେଇଗଲା ଯେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ? ଗତକାଲିଠାରୁ ତେଜ ପାଟନା ହାଇକୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ଆଜି ଏସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପ୍ରତିଦିନ କଷ୍ଟ ଓ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରିବା ସମ୍ଭବ ପର ନୁହେଁ। ତେଣୁ ମୁଁ ଛାଡ଼ପତ୍ର ପାଇଁ ଆବେଦନ କରିଛି।

ଏହାପୂର୍ବରୁ ତେଜ ପ୍ରତାପ ଯାଦବଙ୍କ ଓକିଲ କହିଥିଲେ, ପରସ୍ପର ପରସ୍ପରକୁ ଅସହଯୋଗ ଏବଂ ସେମାନଙ୍କ ମଧ୍ୟ ମତାନ୍ତର ଓ ମନାନ୍ତର ହିଁ ଛାଡ଼ପତ୍ରର ମୁଖ୍ୟ କାରଣ। ତେଜଙ୍କ ଓକିଲ ଯଶବନ୍ତ କୁମାର ଶର୍ମା କହିଛନ୍ତି, “ଏ ସମ୍ପର୍କରେ ଅଧିକ କିଛି କହିବାର ଅଧିକାର ମୋର ନାହିଁ। କେବଳ ତେଜ ଓ ଐଶ୍ୱର୍ଯ୍ୟାଙ୍କ ମତାନ୍ତର ପାଇଁ ଏଭଳି ଛାଡ଼ପତ୍ର ପାଇଁ ଆବେଦନ କରାଯାଇଛି।”

ଚଳିତ ବର୍ଷ ମେ’ ୧୨ରେ ବେଶ ରାଜକୀୟ ଢଙ୍ଗରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିଥିଲେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ। ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ନିର୍ବନ୍ଧ ଏପ୍ରିଲ ୧୮ରେ ହୋଇଥିଲା। ତେବେ ଏହି ଦମ୍ପତିଙ୍କ ‘ଶିବ ପାର୍ବତୀ’ ପୋଷ୍ଟର ସାରା ରାଜ୍ୟରେ ଲଗାଯିବା ପରେ ଏମାନେ ଚର୍ଚ୍ଚାକୁ ଆସିଥିଲେ।



from Odisha Reporter https://ift.tt/2AHRfnJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages