
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଉତ୍କଳ ଭାରତ’ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପ-ସଭାପତି ଏନ.ଭାସ୍କର ରାଓ ଧମକ ଦେଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଟାର୍ଗେଟ କରିଛନ୍ତି। ନାଁ ନନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ମୂଳକ ଭାବେ ଖାରବେଳଙ୍କ ମାଡ଼ ଘଟଣାର ଖବର ବାରମ୍ବାର ପ୍ରସାର କରୁଛି ବୋଲି ଭାସ୍କର ରାଓ କହିଛନ୍ତି। କେବଳ ସେତିକି ନୁହେଁ ଆଗକୁ କ’ଣ ହେବ ସେହି ଗଣମାଧ୍ୟମ ବୁଝିବ ବୋଲି ପରୋକ୍ଷ ସେ ଚେତାବନୀ ଶୁଣାଇଛନ୍ତି।
କାଶିପୁରରେ ମାଡ଼ ଘଟଣା ନିଜେ ଖାରବେଳ ସ୍ୱାଇଁ ପଦାକୁ ଆଣିଥିଲେ। ଏହି ଘଟଣାର ଭିଜୁଆଲ ବି ସେ ନିଜେ ସୋସିଆଲ୍ ମି଼ଡ଼ିଆରେ ଅପଲୋଡ୍ କରିଥିଲେ। ଏମିତିକି ବିଜେଡି ଏହି ଆକ୍ରମଣ ପଛରେ ଥିବା ଖାରବେଳ ସେତେବେଳେ ଅଭିଯୋଗ ଆଣିଥିଲେ। ତେବେ ଅଭିଯୁକ୍ତ ତାଙ୍କ ଦଳର ନୁହେଁ ଭାସ୍କର ରାଓ କହିଛନ୍ତି।
#WATCH: BJD State Vice-president & Rajya Sabha member N Bhaskar Rao targets a particular media for publicising the attack on Kharabela Swain #Odisha pic.twitter.com/xiVTEnE5ZJ
— OTV (@otvnews) November 25, 2018
from Odisha Reporter https://ift.tt/2DIB9fE
No comments:
Post a Comment