ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ !

ଭୋପାଲ୍‌: ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପିର ନିଦ ହଜାଇ ଦେବା ଭଳି ରିପୋର୍ଟ ଦେଇଛି ରାଜ୍ୟ ଗୁଇନ୍ଦା ବିଭାଗ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁଣିଥରେ କ୍ଷମତା ବଜାୟ ରଖିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗର ରିପୋର୍ଟ ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ‘ଇଣ୍ଡିଆ ଟୁଡେ’ର ଏକ ରିପୋର୍ଟ ଅନୁସାରେ, ଗତ ଅକ୍ଟୋବର ୩୦ରେ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଦେଇଥିବା ରିପୋର୍ଟରେ ଏଥର ବିଧାନସଭାରେ କଂଗ୍ରେସ ବାଜିମାତ କରିବ ବୋଲି କୁହାଯାଇଛି।

ଗୁଇନ୍ଦା ବିଭାଗର ଏହି ଗୋପନୀୟ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଛି। ତେବେ ଏଥିରେ କୁହାଯାଇଛି ଯେ ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୨୮ଟି ଆସନରେ ବିଜୟ ହେବ। ସେହିପରି ସରକାରରେ ଥିବା ବିଜେପି ୯୨ଟି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ୬ଟି ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ୩ଟି ଆସନ ପାଇବ। ଜିଜିପି ଦଳ ମାତ୍ର ଗୋଟିଏ ଆସନରେ ଜିତି ପାରିବ ବୋଲି ଗୁଇନ୍ଦା ବିଭାଗ ତା’ ରିପୋର୍ଟରେ ଉଲ୍ଲେଖ କରିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ରାଜ୍ୟର ୧୦ ଜଣ ମନ୍ତ୍ରୀଙ୍କ ଜିତିବା ଆଶା କ୍ଷୀଣ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରିପୋର୍ଟ ପାଇବା ପରେ ଶିବରାଜ ସିଂହ ଚୌହାନଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ସୂର୍ଯ୍ୟ ପ୍ରକାଶ ମୀନା ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜଣାପଡ଼ିଛି। ସେହିପରି ହାରିବାର ଆଶଙ୍କା ଥିବା ମନ୍ତ୍ରୀମାନଙ୍କୁ ଦଳ ଟିକେଟ୍‌ ଦେବନାହିଁ ବୋଲି କହିଛି।

ରିପୋର୍ଟ ଅନୁଯାୟୀ, ଗ୍ୱାଲିୟର ଚାମ୍ବଲ ଡିଭିଜନ୍‌ର ୩୪ଟି ଆସନରୁ କଂଗ୍ରେସ ୨୪ଟିରେ ଜିତିବାର ଆଶା ଥିବା ବେଳେ ବିଜେପି ୭ଟି ଓ ବାକି ୩ଟି ଆସନ ବିଏସ୍‌ପି ଖାତାକୁ ଯିବ। ବୁନ୍ଦେଲଖଣ୍ଡରେ ୨୬ଟି ଆସନରୁ ବିଜେପି ୧୩ଟି, କଂଗ୍ରେସ ୧୨ଟି ଓ ସପା ଗୋଟିଏ ଆସନ ପାଇବ। ଏହି ତଥ୍ୟ ପରେ ବିଜେପି ଆଜିଠାରୁ ମାନସ ମନ୍ଥନ ଆରମ୍ଭ କରିଦେଇଛି। ସେହିପରି ହାରିବାର ଆଶଙ୍କା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍‌ ଦେଇନାହିଁ। ଆଜି ଘୋଷଣା ହୋଇଥିବା ୧୭୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ଜଣ ବିଧାୟକଙ୍କୁ ଦଳ ଟିକେଟ୍‌ ଦେଇନାହିଁ।



from Odisha Reporter https://ift.tt/2CXdfN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages