ବିଜେଡି ନେତାଙ୍କ ଫିଲ୍ମି ଅନ୍ଦାଜକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ବିଜେଡି ନେତାଙ୍କ ଫିଲ୍ମି ଅନ୍ଦାଜକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଫିଲ୍ମି ଅନ୍ଦାଜ ଏବେ ଦଳ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ଫିଲ୍ମକୁ ସୁପର ହିଟ କରିଦେବେ ବୋଲି ନିର୍ଦ୍ଦେଶକ ଯେମିତି ପ୍ରଯୋଜକଙ୍କ ଆଗରେ ଛାତିରେ ହାତ ବାଡ଼େଇ ଘୋଷଣା କରିଥାନ୍ତି, ଠିକ ସେଇ ଭଳି ନିର୍ବାଚନ ରାଜନୀତିରେ ସେ ନିଜର କମାଲ୍ ଦେଖାଇବାକୁ ଯାଉଛନ୍ତି ବୋଲି କହୁଥିବା ନେଇ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ବିଜେଡିର ଦଳୀୟ ପଦାଧିକାରୀ ଥିବା ଏହି ନେତାଜଣକ ଯେଉଁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ରହିଛନ୍ତି ସେଠାରେ ଭୋଟ୍ ଧ୍ରୁବୀକରଣ ପାଇଁ ସେ କୁଆଡ଼େ ‘ସୋଶାଲ ଇଞ୍ଜିନିୟରିଂ ଫର୍ମୂଲା’କୁ ଆପଣାଇଛନ୍ତି। ବିଜେଡିଠୁ ଦୂରେଇ ରହୁଥିବା ଏକ ସଂଖ୍ୟାଲଘୁଙ୍କ ଭୋଟ୍ ବ୍ୟାଙ୍କକୁ କୁଆଡ଼େ ଦଳ ଆଡ଼କୁ ଆକୃଷ୍ଟ କରିବା ପାଇଁ ସେ ଗତ କିଛିମାସ ହେଲା ଜୋରଦାର ପ୍ରୟାସ ଚଳାଇଛନ୍ତି।

କେବଳ ସେତିକି ନୁହେଁ, ତୃତୀୟ ମହଲାର ଗ୍ରୀନ୍ ସିଗନାଲରେ ବାବୁ କୁଆଡ଼େ ଏବେ ବିଜେପିର ଜଣେ ହେଭିୱେଟ୍ ନେତାଙ୍କୁ ଦଳରେ ସାମିଲ ପାଇଁ ସଜବାଜ ହେଉଛନ୍ତି ବୋଲି କହୁଛନ୍ତି। ଅବଶ୍ୟ ବିଜେପିର ଏହି ହେଭିୱେଟ୍ ନେତାଙ୍କୁ ବିଜେଡିରେ ମିଶାଇବାରେ ସମ୍ପୃକ୍ତ ବାବୁଙ୍କର ସେଭଳି କିଛି ଭୂମିକା ନାହିଁ, କିନ୍ତୁ ସେହି ନେତାଙ୍କ ମିଶ୍ରଣ ପର୍ବକୁ ଜୋରଦାର ଢଙ୍ଗରେ ଆୟୋଜନ ନିମନ୍ତେ ସେ କୁଆଡ଼େ ଏବେଠୁ ଯୋଜନା ଆରମ୍ଭ କରିଛନ୍ତି।

ଚର୍ଚ୍ଚା ହେଉଛି, ବିଜେପିର ସେହି ହେଭିୱେଟ୍ ନେତା କୁଆଡ଼େ ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମଧ୍ୟଭାଗରେ ବିଜେଡିରେ ମିଶିବେ। ଆଉ ତାଙ୍କୁ ଦଳ ପ୍ରତ୍ୟକ୍ଷ ରାଜନୀତିରେ ନରଖି ରାଜ୍ୟସଭାକୁ ପଠାଇବ। ଏବେ ରାଜ୍ୟସଭା ସାଂସଦ ଥିବା କିଛି ନେତାଙ୍କୁ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରାଯିବାକୁ ଥିବାରୁ ସେମାନଙ୍କ ବଦଳରେ କୁଆଡ଼େ ଏହି ହେଭିୱେଟ୍ ନେତାଙ୍କୁ ରାଜ୍ୟସଭା ପଠାଇବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଛି।

ଆହୁରି ମଧ୍ୟ ଚର୍ଚ୍ଚା ହେଉଛି, ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବାର ପୁରସ୍କାର ପାଇ ସାରିଥିବା ଏହି ଫିଲ୍ମି ଅନ୍ଦାଜର ନେତାଜଣକ କୁଆଡ଼େ ଏବେ ନିଜ ପୁଅକୁ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରାଇବା ପାଇଁ ନିଜର ପରଫର୍ମାନ୍ସ ଶୋ’ କରାଇବାରେ ଲାଗିଛନ୍ତି। ଜିଲ୍ଲାର ସବୁ ବର୍ଗର ଭୋଟକୁ ଆକୃଷ୍ଟ କରିବା ପାଇଁ ସେ କୁଆଡ଼େ ଗୋଟାଏ ଫିଲ୍ମି ସ୍କ୍ରିପ୍ଟ ଲେଖୁଛନ୍ତି। ମାତ୍ର ଯଦି ଏସବୁ ସତ୍ତ୍ୱେ ତାଙ୍କ ପୁଅଙ୍କୁ ସାଧାରଣ ନିର୍ବାଚନରେ ଥଇଥାନ କରାନଯିବ ତା’ହେଲେ ସେ କୂଆଡ଼େ ‘ଭସ୍ମାସୁର’ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଛାଇବେ ନାହିଁ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2PU76YI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages