‘ବିସ୍କୁଟ୍‌ ଟ୍ରଫି’ ପରେ ‘ଓୟେ ହୋୟେ କପ୍‌’ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଥଟ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

‘ବିସ୍କୁଟ୍‌ ଟ୍ରଫି’ ପରେ ‘ଓୟେ ହୋୟେ କପ୍‌’ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଥଟ୍ଟା

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ସଫଳତାକୁ ନେଇ ଯେତିକି ଚର୍ଚ୍ଚିତ ନୁହେଁ ଅଜବ କାରନାମା ପାଇଁ ଅଧିକ ଚର୍ଚ୍ଚାରେ ରହି ଆସିଛି। କେତେବେଳେ ବିବାଦ ତ କେତେବେଳେ ମଜାଦାର ଘଟଣା ସବୁ ପାଇଁ ସୋଶାଲ ମିଡିଆରେ ଭୟଙ୍କର ଟ୍ରୋଲିଂର ଶିକାର ହୋଇଥାଏ ପିସିବି। ଗତ କିଛି ଦିନ ତଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ବିସ୍କୁଟ୍‌ ଟ୍ରଫିକୁ ନେଇ ସୋଶାଲ ମିଡିଆ ବେଶ୍‌ ମୁଖର ହୋଇଥିଲା। ଆଉ ଏବେ ଟ୍ୱିଟାଳୀଙ୍କୁ ନୂତନ ଖୋରାକ ଯୋଗାଇଛି ‘ଓୟେ ହୋୟେ କପ୍‌’।

‘ଓୟେ ହୋୟେ କପ୍‌ ୨୦୧୮’କୁ ବ୍ରାଇଟୋ ପେଣ୍ଟସ୍‌ କମ୍ପାନୀ ସ୍ପନଶର୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ଅଧିନାୟକ ସର୍ଫରାଜ୍‌ ଅହମ୍ମଦ ଏବଂ ଏବଂ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏହି କପ୍‌ ସହିତ ଏକ ଫଟୋ ଛାଡ଼ିବାପରେ ହିଁ ସୋଶାଲ ମିଡିଆରେ ‘ଓୟେ ହୋୟେ’କୁ ନେଇ ଥଟ୍ଟା ମଜା ଆରମ୍ଭ ହୋଇଛି।

ପାକିସ୍ତାନୀ କ୍ରିକେଟ୍‌ ଫ୍ୟାନ୍‌ ମଧ୍ୟ ଶସ୍ତା ଲୋକପ୍ରିୟତା ପାଇଁ ପିସିବିର ଏଭଳି ଅଜବ ନାମକରଣ ପ୍ରୟାସକୁ ସମାଲୋଚନା କରିଛନ୍ତି। କିଛି ଲୋକ ତ କହିଛନ୍ତି ନ୍ୟୁଜିଲ୍ୟାଣ୍ଡ ବୋଧେ ଏ ଟ୍ରଫି ନନେବା ଉଦ୍ଦେଶ୍ୟରେ ଜାଣି ଜାଣି ହାରିଯିବା ଉଚିତ ଭାବିବ।



from Odisha Reporter https://ift.tt/2OJ3EvC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages