ବିରାଟ୍‌ ବନିଗଲେ ଚିୟର ଲିଡର୍‌, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ବିରାଟ୍‌ ବନିଗଲେ ଚିୟର ଲିଡର୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ବିଶ୍ୱାସ କରିପାରୁ ନଥିବେ। ତେବେ ଟିମ୍‌ ଇଣ୍ଡିଆ ପୁରୁଷ କ୍ରିକେଟ ଦଳର ଅଧିନାୟକ ବିରାଟ୍‌ କୋହଲି ପ୍ରକୃତରେ ଚିୟରଲିଡର୍‌ ପାଲଟି ଯାଇଛନ୍ତି। ଭାରତୀୟ ମହିଳା ଟି-୨୦ ଦଳ ଆର୍ୟଲ୍ୟାଣ୍ଡକୁ ହରାଇ ବିଶ୍ୱକପ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ବିରାଟ୍‌ ଏଥିପାଇଁ ଅତ୍ୟନ୍ତ ଖୁସି ହେବା ସହ ନିଜ ଟ୍ୱିଟର୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଅଭିଯାନ ଆରମ୍ଭ କରିଛନ୍ତି। ଯାହାର ନାଁ ହେଉଛି “ଜର୍ସି ବୁଝେନା ଲିଙ୍ଗଗତ ଭେଦଭାବ” #JerseyKnowsNoGender।

ଏଥିସହ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ହରମନ୍‌ପ୍ରୀତ କୌରଙ୍କ ଦଳକୁ ଏକ ସ୍ୱତନ୍ତ୍ର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ସେ ଲେଖିଛନ୍ତି, “ଆମେ ବର୍ତ୍ତମାନ ସେମିଫାଇନାଲ୍‌ ରାସ୍ତାରେ ପହଞ୍ଚିଛୁ। ଏବେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରି ବିଶ୍ୱକପ୍‌ ଦେଶକୁ ଆଣିବାର ସମୟ ଆସି ଯାଇଛି। ଏଥିପାଇଁ ସମସ୍ତଙ୍କ ସମର୍ଥନ ଦରକାର।” ଏହି ଟ୍ୱିଟ୍‌କୁ ବିରାଟ୍‌ ରିଷଭ ପନ୍ତ, ସାଇନା ନେହ୍ୱାଲ ଓ ସୁନୀଲ ଛେତ୍ରୀଙ୍କୁ ଟ୍ୟାଗ୍‌ କରି #JerseyKnowsNoGenderରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ବିରାଟ୍‌ଙ୍କ ଏଭଳି ଅଭିଯାନକୁ ସାଇନା ନେହ୍ୱାଲ ସମର୍ଥନ କରି ନିଜର ଭାରତୀୟ ଜର୍ସି ପିନ୍ଧି ତାଙ୍କ ଟ୍ୱିଟ୍‌ରେ ଭାରତୀୟ ମହିଳା ଦଳକୁ ସମର୍ଥନ କରିଛନ୍ତି। ସେ କେଏଲ୍‌ ରାହୁଲ, ହୀମା ଦାସ ଓ ସାନିଆ ମିର୍ଜାଙ୍କୁ ଏହି ଅଭିଯାନକୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି।

ସାଇନାଙ୍କ ଟ୍ୱିଟ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ ଏଭଳି ବିପୁଳ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିରାଟ୍‌ ଏଭଳି ଅଭିଯାନ ଆରମ୍ଭ କରିଥିବାରୁ ହରମନ୍‌ପ୍ରୀତ୍‌ ତାଙ୍କୁ ସ୍ୱତନ୍ତ୍ର ଭାବେ ସାଧୁବାଦ ଜଣାଇଛନ୍ତି।

ଟିମ୍‌ ଇଣ୍ଡିଆର ମହିଳା ଦଳ କେବେ ହେଲେ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିପାରି ନାହିଁ। କିନ୍ତୁ ଏଥର ବିଶ୍ୱ ବିଜେତା ହେବାର ଲକ୍ଷ୍ୟ ରଖି ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି।



from Odisha Reporter https://ift.tt/2OLWczC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages