ଟେଷ୍ଟରେ ଏହି ବ୍ୟାଟ୍ସମ୍ୟାନ୍ ସବୁଠୁ ଅଧିକ ବଲ୍‌ର ସମ୍ମୁଖୀନ ହୋଇଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଟେଷ୍ଟରେ ଏହି ବ୍ୟାଟ୍ସମ୍ୟାନ୍ ସବୁଠୁ ଅଧିକ ବଲ୍‌ର ସମ୍ମୁଖୀନ ହୋଇଛନ୍ତି

cricket

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଷ୍ଟ୍ କ୍ରିକେଟ୍‌ରେ ଅନେକ ଖେଳାଳିଙ୍କ ନାଁରେ ଅନେକ ରେକର୍ଡ ରହିଛି। କିଏ ଅଧିକ ସଂଖ୍ୟକ ଟେଷ୍ଟ୍ ମ୍ୟାଚ୍ ଖେଳିଛି ତ କିଏ ଅଧିକ ରନ୍ କରିଛି। କିଏ ଅଧିକ ୱିକେଟ୍ ନେଇଛି ତ କିଏ ଅଧିକ କ୍ୟାଚ୍ ଧରିଛି। ସେହିଭଳି ଟେଷ୍ଟ୍ କ୍ରିକେଟ୍‌ରେ ସବୁଠୁ ଅଧିକ ବଲ୍‌ର ସମ୍ମୁଖୀନ ହୋଇଥିବା ଖେଳାଳି ଜଣଙ୍କ କିଏ ଜାଣନ୍ତି? ସେ ହେଉଛନ୍ତି, ରାହୁଲ ଦ୍ରାବିଡ଼।

କ୍ରିଜ୍‌ ଉପରେ ଧୈର୍ଯ୍ୟର ସହ ବଲର୍‌ଙ୍କୁ ସମ୍ମୁଖୀନ ହୋଇ ‘ଦ ୱାଲ୍‌’ ନାଁରେ ପରିଚିତ ହୋଇଥିବା ଦ୍ରାବିଡ଼ ୧୯୯୬ ମସିହା ଜୁନ୍ ୨୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୨୦୧୨ ଜାନୁଆରୀ ୨୪ ତାରିଖରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ୍ ଖେଳିଥିଲେ।

୧୬୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଦ୍ରାବିଡ଼ ମୋଟ ୩୧,୨୫୮ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ଟେଷ୍ଟ୍ ମ୍ୟାଚ୍‌ରେ ୩୦ ହଜାରରୁ ଅଧିକ ବଲ୍‌ର ସମ୍ମୁଖୀନ ହେବାରେ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌। କ୍ରିଜ୍‌ରେ ସେ ଏମିତି ଭାବେ ଛିଡ଼ା ହୋଇ ରହୁଥିଲେ ଯେ ବୋଲରମାନେ ହତାଶ ହୋଇପଡ଼ୁଥିଲେ। ସେଥିପାଇଁ ତାଙ୍କୁ ‘ଦ ୱାଲ୍’ ବୋଲି ନାଁ ଦିଆଯାଇଥିଲା।

ଏହି ତାଲିକାରେ ଦ୍ରାବିଡ଼ଙ୍କ ତଳକୁ ସଚିନ ତେନ୍ଦୁଲକରଙ୍କ ନାଁ ରହିଛି। ୨୦୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ସଚିନ୍ ମୋଟ୍ ୨୯,୪୩୭ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ।

ଦ୍ରାବିଡ଼ ୧୬୪ଟି ଟେଷ୍ଟରୁ ୧୩,୨୮୮ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩୬ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ସାମିଲ ଅଛି। ଟେଷ୍ଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୭୦।



from Odisha Reporter https://ift.tt/2FuzMUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages