କଥା ବଦଳାଇଲେ ସୌମ୍ୟ: ମଞ୍ଚରେ ଗୋଟିଏ, ତଳେ ଆଉ ଗୋଟିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

କଥା ବଦଳାଇଲେ ସୌମ୍ୟ: ମଞ୍ଚରେ ଗୋଟିଏ, ତଳେ ଆଉ ଗୋଟିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ କହିଲେ ପରେ ବଦଳାଇଲେ। ରାଜ୍ୟ ସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସାଂଘାତିକ୍‌ ବୟାନ। ରାଜ୍ୟରେ କେତେ ଯୋଜନା ଅଛି ମୁଖ୍ୟ ସଚିବଙ୍କୁ ଅଜଣା ଥିବ ବୋଲି ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ କହିଛନ୍ତି। ଖୋର୍ଦ୍ଧାରେ ଏକ ସଭାରେ ସେ କହିଛନ୍ତି ଯେ, ଓଡ଼ିଶାରେ କେତେ ପ୍ରକାର ଯୋଜନା ଅଛି ମୁଖ୍ୟ ଶାସନ ସଚିବ ଜାଣି ନଥିବେ।

ହେଲେ ମଞ୍ଚରେ ଏକଥା କହିଲା ପରେ ତଳେ କଥା ବଦଳାଇଥିଲେ ସୌମ୍ୟ। କହିଥିଲେ,ଏତେ ଯୋଜନା ପରେ ବି ଅଭାବ ଅସୁବିଧା ରହୁଛି।ସବୁ ଯୋଜନା କାର୍ଯ୍ୟକାରୀ ପାଇଁ ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ମୁଁ କହିଥିଲି। ହେଲେ ସାମ୍ବାଦିକମାନେ କଥା କଦର୍ଥ କରି ନ୍ୟୁଜ୍‌ କରିବାକୁ ବ୍ୟସ୍ତ ବୋଲି କହି କଥାକୁ ବାଆଁରେଇଥିଲେ।

ସେ ଆହୁରି କହିଥିଲେ ଯେ,ଆଜିକାଲିର ଶିକ୍ଷକମାନେ ଏତେ ବିଭକ୍ତ ଯେ,ଆମେ ବି ଜାଣି ପାରୁନୁ। ଖୋଦ୍ ଶିକ୍ଷକମାନେ ବି କହିପାରିବେନି କେତେ ପ୍ରକାର ଶିକ୍ଷକ ଅଛନ୍ତି। ଖୋର୍ଦ୍ଧାରେ ଅବନୀ ବରାଳଙ୍କ ସାଙ୍ଗଠନିକ ଦକ୍ଷତା କହିଲା ବେଳେ ସେ ଏଭଳି ମନ୍ତବ୍ୟ ଦେଇଥିଲେ।

 

 



from Odisha Reporter https://ift.tt/2yVxjga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages