ପୁରୁଷ ପ୍ରଧାନ ଖେଳ କ୍ରିକେଟ୍‌ରେ ମିତାଲିଙ୍କ ରାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ପୁରୁଷ ପ୍ରଧାନ ଖେଳ କ୍ରିକେଟ୍‌ରେ ମିତାଲିଙ୍କ ରାଜ୍‌

ଗୁଏନା: ଆର୍ୟଲ୍ୟାଣ୍ଡ ବିପକ୍ଷରେ ଗୁଏନାର ପ୍ରୋଭିନ୍ସ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ମହିଳା ଟି୨୦ ବିଶ୍ୱକପ୍ ମ୍ୟାଚ୍‌ରେ ଭାରତର ବିଜୟ ସହିତ ପୂର୍ବତନ ଅଧିନାୟକ ମିତାଲି ରାଜ୍‌ଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଗୁରୁବାର ଏହି ୩୫ ବର୍ଷୀୟ ଖେଳାଳି ୫୬ଟି ବଲ୍‌ରୁ ୫୧ ରନ୍‌ କରିବା ସହିତ ସୀମିତ ଓଭର ଖେଳ ଟି୨୦ରେ ୨୨୮୩ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁପାରିଛନ୍ତି। ସେ ବର୍ତ୍ତମାନ ଟି୨୦ରେ ସବୁଠାରୁ ଅଧିକ ସ୍କୋର କରିଥିବା ଭାରତୀୟ କ୍ରିକେଟ୍‌ ଖେଳାଳି। ଆଜ୍ଞା ହଁ। ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରୈନା ଏବଂ ମହେନ୍ଦ୍ର ସିଂହ ଧୋନି ଆଦି ଭାରତୀୟଙ୍କୁ ସେ ପଛରେ ପକାଇ ଦେଇଛନ୍ତି।


ଟି୨୦ରେ କ୍ୟାରିଅର୍‌ ସ୍କୋର ହିସାବରେ ତାଙ୍କ ପଛକୁ ରୋହିତଙ୍କ ସ୍କୋର ୨୨୦୭, କୋହଲିଙ୍କ ସ୍କୋର ୨୧୦୨, ରୈନାଙ୍କ ସ୍କୋର ୧୬୦୫ ଏବଂ ଧୋନିଙ୍କ ସ୍କୋର ୧୪୮୭ ରହିଛି । ପୁରୁଷ ଖେଳାଳିଙ୍କ ମଧ୍ୟରେ ମାର୍ଟିନ୍‌ ଗୁପ୍ଟିଲ୍‌ଙ୍କ ୨୨୭୧ ରନ୍‌କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି। କୌଣସି ମଧ୍ୟ ପୁରୁଷ ଖେଳାଳିଙ୍କ ସ୍କୋର ତାଙ୍କଠାରୁ ଅଧିକ ନାହିଁ। ତାଙ୍କଠାରୁ ଅଧିକ ରନ୍ କରିଥିବା ସମସ୍ତ ଖେଳାଳି ମହିଳା।


ପ୍ରଥମ ଭାରତୀୟ ଭାବେ ୨୦୦୦ ରନ୍‌ କରିଥିବାର ରେକର୍ଡ ହାସଲ କରିଥିବା ମିତାଲିଙ୍କ ଉପରକୁ ସୁଜି ବେଟ୍ସ, ଷ୍ଟାଫାନୀ ଟେଲର୍‌ ଏବଂ ଚାର୍ଲୋଟ୍‌ ଏଡ୍‌ୱାର୍ଡସ ଯଥାକ୍ରମେ ୨୯୬୧, ୨୬୯୧ ଏବଂ ୨୬୦୫ ରନ୍‌ ସହିତ ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି। ମିତାଲିଙ୍କ ଆଜିର ଅର୍ଦ୍ଧଶତକକୁ ମିଶାଇଲେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଉଭୟ ମହିଳା ଓ ପୁରୁଷ କ୍ରିକେଟ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ହୋଇପାରିଛନ୍ତି।



from Odisha Reporter https://ift.tt/2FqAzFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages