
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)“ଆମ ଆକାଉଣ୍ଟରେ ଜମା ହୋଇଗଲା ୬-୭ ଲକ୍ଷ ଟଙ୍କା। ଆମ ଜୀବନରେ କେବେବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେ ବେଳେ ବ୍ୟାଙ୍କ ଗଲୁ ଆମକୁ ଏକ୍ ବସ୍ତାର ଟଙ୍କା ଧରାଇଦେଲେ। ହେଲେ ସେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ’ ମାଟି ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା। ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ପଇସାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। ଆମ ଟଙ୍କା ସୁରକ୍ଷିତ ରହିଲା”।
ହେଇପାରେ ଏହି କେହି ପଦ କଥା ଆପଣଙ୍କୁ କାହାଣୀ ଲାଗିପାରେ। କଥାଟି ବି ଜଣେ ସାଧାରଣ ଗାଉଁଲି ମହିଳାର ଥିଲା। ହେଲେ ମହିଳା ଜଣକ ଏହି କଥଟାକୁ ଯେଉଁଠି ଉପସ୍ଥାପନ କରିଥିଲେ ତାହା ସାଧାରଣ ନ ଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଥିବା ମେକ୍ ଇନ୍ କନ୍କ୍ଲେଭ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚିମ ଓଡ଼ିଶାରୁ ଆସିଥିବା ଜଣେ ମହିଳା ଏମିତି ଏକ କାହାଣୀ ଶୁଣାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହିଳାଙ୍କ ଏହି ଭାଷଣ ସେଠାରେ ବେଶ କୌତୁହଳ ସୃଷ୍ଟି କରିଥିଲା। ମଞ୍ଚରେ ଥିବା ବଡ଼ ବଡ଼ ଇଂଲିଶ କୁହା ଶିଳ୍ପପତି ବାବୁମାନେ ମନ ଖୋଲି ହସିଥିଲେ। ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହସକୁ ଚାପି ପାରି ନଥିଲେ।
ମହିଳା ଜଣକ ସୁନ୍ଦରଗଡ଼ରୁ ଆସିଥିବା ବେଳେ ସ୍ୱଂୟ ସହାୟକ ସଙ୍ଗଠନର ସଭାପତି ଥିବା ତାଙ୍କ ଭାଷଣରୁ ଜଣାପଡ଼ୁଛି। ଏହି ଅବସରରେ ମହିଳା ଜଣକ ନିଜ ସଙ୍ଗଠନର ଆର୍ଥିକ ପ୍ରଗତି ବିଷୟରେ କହିବା ସହ ନିଜେ ଜଣେ ଭିନ୍ନକ୍ଷମ ହୋଇ କେମିତି ଏତେ ବଡ଼ ଦାୟିତ୍ୱ ନିଭାଉଛନ୍ତି ତାହା ବଖାଣିଥିଲେ। ତେବେ ପୂରା ଭିଡିଓଟି ଦେଖନ୍ତୁ।
from Odisha Reporter https://ift.tt/2K4u9L4
No comments:
Post a Comment