
ମୁମ୍ବାଇ:ଆଉ ତିନିଦିନ ପରେ ବାଜିବ ସାହାନାଇ। ବୋହୂ ବେଶରେ ସଜେଇ ହେବେ ଦୀପିକା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ଏବେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ୧୪ ଓ ୧୫ ରେ ବିବାହ କରିବେ। ବାହାଘରର ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିବାହ ପାଇଁ ଦୀପିକା ରଣବୀର ଇଟାଲୀ ଯାଇ ସାରିଲେଣି। ଦୁହେଁ ଏକାଠି ଇଟାଲୀ ଯିବା ସମୟର ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ଇଟାଲୀର ଲେକ୍ କୋମୋରେ ବିବାହ କରିବେ। ଖବର ମୁତାବକ୍ ସେଠାରେ ଦୁହେଁ ବଳାସ ପୂର୍ଣ୍ଣ ମହଲ ଡେଲ୍ ବାଲାଡିୟାନେଲୋରେ ବିବାହ କରିବେ। ବିବାହରେ ୩୦ଜଣ ଅତିଥି ସାମିଲ୍ ହେବେ।
ଇଟାଲୀର ଏହି ଲେକ୍ର ସୌନ୍ଦର୍ଯ୍ୟ । ସମୁଦ୍ର ଓ ଇନ୍ଦ୍ରଧନୁର ସୌନ୍ଦର୍ଯ୍ୟ ବହନ କରୁଥିବା ଏହି ଲେକ୍ରେ ଅନେକ ଅନ୍ତର୍ଜାତୀୟ ଓ ଜାତୀୟ ସେଲିବ୍ରିଟି ବିବାହ କରିଛନ୍ତି।
ଏହି ହୋଟେଲ୍ର ଭଡ଼ା ୮.୫ ଲକ୍ଷ ଟଙ୍କା ରୁ ନେଇ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।


from Odisha Reporter https://ift.tt/2qF9S5X
No comments:
Post a Comment