ଘରକୁ ବାହୁଡ଼ିଲା ଯଶୋଦା: କାହିଁକି ମାରିଲା ମଣିଷ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଘରକୁ ବାହୁଡ଼ିଲା ଯଶୋଦା: କାହିଁକି ମାରିଲା ମଣିଷ?

ଭୁବନେଶ୍ୱର (ବିରଜା ଦାଶ/ଓଡ଼ିଶା ରିପୋର୍ଟର): ଶେଷରେ ଚନ୍ଦକାକୁ ଫେରିଲା ମଣିଷମରା ହାତୀ ‘ଯଶୋଦା’।ଦୁଇଦିନ ଧରି ତାକୁ ସ୍ଥାନାନ୍ତର ନେଇ ବନ ବିଭାଗ ଯେଉଁ ଚିନ୍ତାରେ ଥିଲା ତାହା ଦୂର ହୋଇଛି। ଆଜି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରୁ ଯଶୋଦାକୁ ଟ୍ରକ୍‌ ଯୋଗେ ଚନ୍ଦକାକୁ ଅଣାଯାଇଛି।

‘ସୁନ୍ଦରୀ’ ବାଘକୁ ଧରାଇ ଦେଇଥିବା ହାତୀ ଯଶୋଦା, ମଣିଷ ମାରି ଚର୍ଚ୍ଚାକୁ ଆସିଥିଲା। ଗତ ୮ ତାରିଖରେ ସୁଦୂର ପ୍ରଧାନ ନାମକ ଜଣେ ବ୍ୟକ୍ତି, ତାକୁ କଦଳୀ ପତ୍ର ଖାଇବାକୁ ଦେଉଥିଲା ବେଳେ, ତାଙ୍କୁ ଶୁଣ୍ଢରେ କଚାଡ଼ି ମାରି ଦେଇଥିଲା। ଏହାପରେ ହାତୀକୁ ନେଇ ଚିନ୍ତାରେ ଥିଲା ବନ ବିଭାଗ। କାରଣ ସୁନ୍ଦରୀ ବାଘକୁ ଠାବ କରିବାରେ ସହାୟତା କରିଥିବା ଯଶୋଦା ସେତେବେଳେ କୌଣସି ବଦମାସି କରି ନଥିଲା। ହେଲେ ହଠାତ୍‌ କାହିଁକି ଏମିତି ହିଂସ୍ର ହୋଇ ଉଠିଲା ତା’ର କାରଣ ଜଣାପଡ଼ି ନାହିଁ। ତେଣୁ ଦୁଇଦିନ ଧରି ଚନ୍ଦକାକୁ ସ୍ଥାନାନ୍ତର ନେଇ ଯେଉଁ ବିଚାର ବିମର୍ଷ ଚାଲିଥିଲା ଆଜି ତା’ର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସାତକୋଶିଆ ଡିଏଫ୍‌ଓ ରାମସ୍ୱାମୀ.ପି. ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ କହିଛନ୍ତି- ‘ଆଜି ଯଶୋଦାକୁ ଟ୍ରକ୍‌ରେ ଚଢ଼େଇଲା ବେଳେ ତା’ ସ୍ୱଭାବ ଶାନ୍ତ ଥିଲା। ତା ସ୍ଥାନାନ୍ତର ପାଇଁ ଚନ୍ଦକାରୁ ଏକ ଟିମ୍‌ ମଧ୍ୟ ଆସିଥିଲା। ତେବେ ସେଦିନ ସେ କାହିଁକି ହିଂସ୍ର ହୋଇ ଉଠିଥିଲା ତା’ର କାରଣ ଜଣାପଡ଼ି ନାହିଁ। କିନ୍ତୁ ପୁରୁଣାକୋଟରେ ଯଶୋଦାକୁ ବନ୍ଧା ଯାଇଥିବା ବେଳେ ତା’ ପାଖକୁ ଯିବାକୁ ବାରଣ କରାଯାଇଥିଲା।’

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରୁ ଆସି ଅନୁଗୁଳର ସାତକୋଶିଆ ଜଙ୍ଗଲରେ ଛଡ଼ାଯାଇଥିବା ‘ସୁନ୍ଦରୀ’ ବାଘ ଉତ୍ପାତ କରି ମଣିଷ ମାରିବା ପରେ, ତାକୁ ନେଇ ସମସ୍ତେ ଚିନ୍ତିତ ଥିଲେ। ତେଣୁ ଗତ ୨ ତାରିଖରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଚନ୍ଦକାରୁ ଯଶୋଦା ହାତୀକୁ ଅଣାଯାଇଥିଲା। ଗତ ୬ ତାରିଖରେ ବାଘକୁ ଧରିବାରେ ସକ୍ଷମ ହୋଇଥିଲା ବନ ବିଭାଗ। ‘ଅପରେସନ୍ ସୁନ୍ଦରୀ’ ସଫଳ ହେବାପରେ, ଯଶୋଦାକୁ ପୁରୁଣାକୋଟରେ ବନ୍ଧା ଯାଇଥିବା ବେଳେ ତା’ପାଖକୁ ଯାଇଥିବା ସୁଦୂର ପ୍ରଧାନ ନାମକ ବ୍ୟକ୍ତିଙ୍କୁ ସେ ଶୁଣ୍ଢରେ କଚାଡ଼ି ମାରି ଦେଇଥିଲା।

ଚନ୍ଦକା ଅଭୟାରଣ୍ୟରେ ହାତୀ ‘ଶଙ୍କର’ରର ଫାଇଲ ଫଟୋ

‘ଶଙ୍କର’ ବି ନେଇଥିଲା ଜୀବନ

ଖାଲି ‘ଯଶୋଦା’ ନୁହେଁ, ୩ ବର୍ଷ ତଳେ ହାତୀ ‘ଶଙ୍କର’ ବି ଏମତି ଉଗ୍ରରୂପ ଦେଖାଇଥିଲା। ଶଙ୍କରକୁ ତା’ ମାହୁନ୍ତ ଗାଧୋଇ ଦେଉଥିବା ବେଳେ ତାକୁ କଚାଡ଼ି ମାରି ଦେଇଥିଲା। ଚନ୍ଦକା ଅଭୟାରଣ୍ୟରେ ମାହୁନ୍ତ ‘ଦିଲୀପ୍‌ ରଭା’ ନାମକ ମାହୁନ୍ତ ତାକୁ ଗାଧୋଇ ଦେଇଥିଲେ। ଏହି ସମୟରେ ହାତୀଟି ହଠାତ୍ ହିଂସ୍ର ହୋଇ ଉଠିଥିଲା।

ଆସାମରୁ ଆସିଥିବା ଦିଲୀପ୍‌ଙ୍କୁ ହାତୀ ଶଙ୍କର ଫିଙ୍ଗି ଦେଇଥିଲା ଓ ମାହୁନ୍ତଙ୍କୁ ମାରିବା ପରେ ତାଙ୍କ ମୃତଦେହ ପାଖରେ ଦୀର୍ଘ ସମୟ ଧରି ଜଗି ରହିଥିଲା। ସେତେବେଳେ କୁହାଗଲା ଯେ, ‘ଶଙ୍କର’ ଶରୀରରେ ହଠାତ୍ ମାତ୍ରାଧିକ ଟେଷ୍ଟୋଷ୍ଟରୋନ୍‌ (testosterone) ହର୍ମୋନ କ୍ଷରଣ ଯୋଗୁ ସେ ହିଂସ୍ର ହୋଇ ଉଠିଥିଲା। ଓୟୁଏଟିରେ ଶଙ୍କରର ରକ୍ତ ପରୀକ୍ଷା ପରେ ଏହା ଜଣାପଡ଼ିଥିଲା।

୨୦୦୯ ନଭେମ୍ବର ମାସରେ ପ୍ରଥମଥର ପାଇଁ ହାତୀ ଶଙ୍କର ସାତକୋଶିଆ ଅଭୟାରଣ୍ୟରେ ନିଜ ମାହୁନ୍ତର ଜୀବନ ନେଇଥିଲା। ଏହାପରେ ସେ ଏମିତି ଆଉ ଜଣଙ୍କ ଜୀବନ ମଧ୍ୟ ନେଇଥିଲା। କେନ୍ଦୁଝର ଜିଲ୍ଲାର ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ନିୟନ୍ତ୍ରଣ କରିବାକୁ ଓ ସେମାନଙ୍କୁ ଘଉଡ଼ାଇବାକୁ ଶଙ୍କରକୁ ଚନ୍ଦକା ଅଭୟାରଣ୍ୟ ଆଣି ତାଲିମ୍‌ ଦିଆଯାଉଥିଲା।



from Odisha Reporter https://ift.tt/2T074xc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages