ଟାଟାଷ୍ଟିଲ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କୁ ଗୁଳିକରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଟାଟାଷ୍ଟିଲ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ୍‌: ଚାକିରିରୁ ବାହାର କରିବାର ପ୍ରତିଶୋଧ ନେବାକୁ ଯାଇ ଟାଟାଷ୍ଟିଲ୍‌ର ଜଣେ ପୂର୍ବତନ କର୍ମଚାରୀ ଫରିଦାବାଦ୍‌ରେ କାର୍ଯ୍ୟରତ କମ୍ପାନୀର ଜଣେ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀଙ୍କ ନାଁ ବିଶ୍ୱାସ ପାଣ୍ଡେ ଓ ସେ ପୂର୍ବରୁ ଟାଟା ଷ୍ଟିଲ ପ୍ରୋସେସିଂ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍‌ ୟୁନିଟ୍‌ରେ କାର୍ଯ୍ୟରତ ଥିଲେ।

ଫରିଦାବାଦ୍‌ର ହାର୍ଡୱେର-ବାଟା ରୋଡ୍‌ଠାରେ ଥିବା ଟାଟାଷ୍ଟିଲ୍‌ କାର୍ଯ୍ୟାଳୟରେ କମ୍ପାନୀର ସପ୍ଲାଇ ଚେନ୍‌ରେ ସିନିୟର ମ୍ୟାନେଜର ଭାବେ ଅବସ୍ଥାପିତ ଅରିନ୍ଦମ୍‌ ପାଲ୍‌ଙ୍କ ଚ୍ୟାମ୍ବରରେ ପଶିଯାଇ ବିଶ୍ୱାସ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇ ଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହସ୍ପିଟାଲରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ମାମଲାରେ ପୁଲିସ୍‌ ଏକ ଏଫ୍‌ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଅପରାଧ ଘଟାଇ ଖସିଯାଇଥିବା ବିଶ୍ୱାସଙ୍କୁ ଖୋଜିବା ଆରମ୍ଭ କରିଛି।



from Odisha Reporter https://ift.tt/2PTgo7q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages