
ହାଇଦ୍ରାବାଦ: ଭାରତୀୟ ବାୟୁସେନାର ଏକ ବିମାନ ଆଜି ହାଇଦ୍ରାବାଦ୍ର ୟାଦଗିରିଗୁଟାଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମଝି ଆକାଶରେ ଏହା ଉଡ଼ୁଥିବା ବେଳେ ହଠାତ୍ ଏହା ତଳକୁ ଖସି ପଡ଼ିଥିଲା। ଫଳରେ ବିମାନରେ ନିଆଁ ଲାଗିଯିବା ସହ ଏହା ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
ତେବେ ଏହା ମଧ୍ୟରେ ଥିବା ପାଇଲଟ୍ କୌଶଳକ୍ରମେ ଆକାଶ ଛତା ଦ୍ୱାରା ଦୁର୍ଘଟଣା ପୂର୍ବରୁ ଓହ୍ଲାଇ ପଡ଼ିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାୟୁସେନାର କିରନ୍ ତାଲିମ୍ ବିମାନଟି ବାହୁପେଟା ଗାଁର ଏକ ଖୋଲା ପଡ଼ିଆରେ ମଧ୍ୟାହ୍ଣ ପ୍ରାୟ ୧୧.୩୦ରେ ଖସି ପଡ଼ିଥିଲା। ବିମାନଟି ତଳେ ଖସି ପଡ଼ିବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ବିମାନଟି ହାକେମପେଟ୍ରୁ ଉଡ଼ାଣ ଭରିଥିଲା।
ଏହା ମଧ୍ୟରେ ପାଇଲଟ୍ ଜଣଙ୍କ ଆକାଶ ଛତାରେ ଅବତରଣ କରିଥିଲେ ହେଁ ତଳେ ପଡ଼ି ଯିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ବାୟୁସେନାର ହେଲିକପ୍ଟରରେ ନିଆଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2Q1jzuw
No comments:
Post a Comment